ETV Bharat / city

ଜାପାନ ଜାହାଜରେ ଓଡିଆ ପୁଅ, 14 ଦିନ ବିତାଇବା ପରେ ଉଦ୍ଧାର ପାଇଁ ଗୁହାରି - କୋରାେନା ଭୟ

ଜାପାନରେ ଅଟକି ରହିଥିବା ଜାହାଜରେ ଫସି ରହିଛନ୍ତି ଓଡିଆ ଯୁବ ଇଞ୍ଜିନିୟର । ଉଦ୍ଧାର ପାଇଁ ରାଜ୍ୟ ଓ କେନ୍ଦ୍ରକୁ ଆକୁଳନ ନିବେଦନ କଲେ ଶିବାଶିଷ ନାୟକଙ୍କ ସମେତ ବାପା ଲିଙ୍ଗରାଜ । ଅଧିକ ପଢନ୍ତୁ...

ଜାପାନ ଜାହାଜରେ ଓଡିଆ ପୁଅ
ଜାପାନ ଜାହାଜରେ ଓଡିଆ ପୁଅ
author img

By

Published : Feb 19, 2020, 10:30 PM IST

ବ୍ରହ୍ମପୁର: କୋରୋନା ଭୟରେ ଜାପାନାର ୟକୋହମାରେ ଅଟକି ରହିଛି ଡାଏମଣ୍ଡ ପ୍ରିନ୍ସସେସ ଜାହାଜ । ଦୀର୍ଘ ଦିନ ଧରି ବିଭିନ୍ନ ଦେଶର ନାଗରିକଙ୍କ ସମେତ ଫସି ରହିଛନ୍ତି ଜଣେ ଓଡିଆ ପୁଅ । ଉଦ୍ଧାର ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ଓଡିଆ ଯୁବ ଇଞ୍ଜିନିୟର ଶିବାଶିଷ ନାୟକ । ବ୍ରହ୍ମପୁର ସହରର ପନ୍ଦରା ସାହିର ଲିଙ୍ଗରାଜ ନାୟକଙ୍କ ପୁଅ ଶିବାଶିଷ ।

Odisha yuva engineer stuck in Japan boat

ଶିବାଶିଷ ଦିଲ୍ଲୀର ଗୁରଗାଓଁ ନିକଟରେ ଥିବା ହେକ୍ସ ନାମକ କମ୍ପାନୀରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଗତ 2 ବର୍ଷ ଧରି କାର୍ଯ୍ୟରତ ରହିଥିଲେ । ଗତ ଜାନୁଆରୀ 10ରେ ଶିବାଶିଷ ବିମାନ ଯୋଗେ ଦିଲ୍ଲୀରୁ ମାଲେସିଆ ଓ ମାଲେସିଆରୁ ଭିଏତନାମାରେ ପହଞ୍ଚିଥିଲେ । ଯେଉଁଠୁ ସେ ଡାଏମଣ୍ଟ ପ୍ରିନ୍ସସେସ ନାମକ ଜାହାଜରେ କାମ ପାଇଁ ବାହାରିଥିଲେ । ହେଲେ ହଠାତ କୋରୋନା ଭାଇରସ ଆତଙ୍କ ଯୋଗୁଁ ଜାପାନ ସରକାର ଜାହାଜରେ ଯାଉଥିବା 3700 ଯାତ୍ରୀଙ୍କ ପରୀକ୍ଷା କରିଥିଲେ । ପ୍ରଥମେ 66 ଜଣ ଆକ୍ରାନ୍ତ ଜଣାପଡିବା ପରେ ଏବେ ଆକ୍ରାନ୍ତ ସଂଖ୍ୟା 174ରେ ପହଞ୍ଚିଛି । ଶିବାଶିଷଙ୍କ ସମେତ ମୋଟ 6 ଜଣ ଭାରତୀୟ କର୍ମଚାରୀ ମଧ୍ୟରେ ସେଠାରେ ଫସି ରହିଛନ୍ତି ।

ଅନ୍ୟପଟେ, ଆମେରିକା ସରକାର ତାଙ୍କର 12ଶହ ନାଗରିକଙ୍କୁ ଉଦ୍ଧାର କରିବା ସହ ଅଷ୍ଟ୍ରେଲିଆ ସରକାର ମଧ୍ୟ ସେମାନଙ୍କ ଦେଶର ଯାତ୍ରୀ ନେଇଯାଇଛନ୍ତି । ତେଣୁ ଭାରତ ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗଣମାଧ୍ୟମ ସାମ୍ନାରେ ଆକୁଳ ନିବେଦନ କରିଛନ୍ତି ଶିବାଶିଷଙ୍କ ବାପା । 14 ଦିନ ଧରି ଫସି ରହିଥିବା ପୁଅକୁ ତୁରନ୍ତ ଫେରାଇ ଆଣିବାକୁ ରାଜ୍ୟ ତଥା ଭାରତ ସରକାରଙ୍କୁ ଗୁହାରୀ କରିଛନ୍ତି ଲିଙ୍ଗରାଜ । ଏହା ସହ ଶିବାଶିଷଙ୍କ ନିକଟରେ କୋରୋନା ନେଗେଟିଭି ମିଳିଥିବା ସତ୍ତ୍ବେ ତାଙ୍କୁ କାହିଁକି ଛଡା ଯାଉନି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.