ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସମ୍ମିଳନୀ କକ୍ଷ ଠାରେ ଶନିବାର ଇ-ଫାଇଲିଂଗ, ଇ-ପେମେଣ୍ଟ ବ୍ୟବସ୍ଥା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼. ଏସ ମୁରଲୀଧର ଏହି କର୍ମଶାଳର ଉଦଘାଟନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଆଜି ସଫ୍ଟୱେର ବିକାଶ ଫଳରେ ପ୍ରଚଳିତ ଧାରାଠାରୁ ପ୍ରତ୍ୟେକ ମଣିଷକୁ ଉନ୍ନତି ସୋପାନରେ ପହଞ୍ଚିବାର ଆବଶ୍ୟକତା ରହିଛି । ପୂର୍ବରୁ ବ୍ୟବସ୍ଥାର ପରିବର୍ତ୍ତନ ଘଟି ଆଜି ଆମ୍ଭେ ମାନେ ନିଜ ହାତ ମୁଠାରେ ଦୁନିଆର ଖବର ସହିତ ସମସ୍ତ ପ୍ରକାର ସୁବିଧା ସ୍ବଳ୍ପ ସମୟ ଏବଂ ସ୍ବଳ୍ପ ବ୍ୟୟରେ ପାଇପାରୁଛେ । ଠିକ ସେହିଭଳି ଇ-ଫାଇଲିଙ୍ଗ ବ୍ୟବହାର କରିବାର ସୁବିଧା ବର୍ତ୍ତମାନ ଆମେ ହାସଲ କରିପାରିବା ।
ଏହି ଦିଗରେ ଓକିଲ ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ସେମାନେ ଇ-ଫାଇଲିଂଗ, ଇ-ପେମେଣ୍ଟର ଜ୍ଞାନ ହାସଲ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିରରେ ମାଷ୍ଟର ଟ୍ରେନରମାନଙ୍କ ଦ୍ବାରା ଜାଣିପାରିବେ । ଏହାଦ୍ବାରା କୋର୍ଟର ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା (ଆଇ.ସି.ଟି) ସାମର୍ଥ୍ୟରେ ଓକିଲମାନଙ୍କର ଅଂଶ ଗ୍ରହଣ, ସେବା ବିତରଣର ଗୁଣ ବଢାଇବ। ଦ୍ବିତୀୟତଃ ଓକିଲ ମାନଙ୍କ ପାଇଁ ମାମଲାର ଯୋଜନା ଏବଂ କାର୍ଯ୍ୟସୂଚୀ ହୋଇପାରିବ । ଦେଶରେ ସୁପ୍ରିମକୋର୍ଟର ଇ-କମିଟି, ଇ-ଫାଇଲିଂଗ ସିଷ୍ଟମକୁ ଡିଜାଇନ୍ ଏବଂ ସେଟ୍ କରିଛନ୍ତି । ଯାହା ଆଇନଗତ କାଗଜପତ୍ର (ଇ-ଫାଇଲିଂଗ) ର ଇଲେକ୍ଟ୍ରୋନିକ୍ ଫାଇଲ୍ ସକ୍ଷମ କରିବ ।
ଏହି ଇ-ଫାଇଲିଂଗ ସିଷ୍ଟମର ଆଭିମୁଖ୍ୟ ହେଉଛି କାଗଜହୀନ ଦାଖଲକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ବିଭିନ୍ନ କୋର୍ଟରେ ମାମଲା ଦାୟର କରିବା ପାଇଁ ବୈଷୟିକ ସମାଧାନ ଗ୍ରହଣ କରି ସମୟ ଏବଂ ବ୍ୟୟ ସଞ୍ଚୟ ଦକ୍ଷତା ସୃଷ୍ଟି କରିବ । ତେବେ କୋର୍ଟ ଫିସର ଇ-ଦେୟ ମଧ୍ୟରେ ଇ-ଫାଇଲ୍ ଓଡ଼ିଶା ହାଇକୋର୍ଟରେ ଉଦଘାଟନ ହେବା ପରେ ଓଡିଶାର ଇ-କୋର୍ଟ ପ୍ରକଳ୍ପ ଆରମ୍ଭ ହୋଇଛି, ଯାହା ଆଉ ଏକ ମାଇଲଖୁଣ୍ଟ ହାସଲ କରିବ । କୋର୍ଟର ଅନଲାଇନ୍ ଦେୟ ପାଇଁ NIC ଦ୍ବାରା ବିକଶିତ ହୋଇ ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ ଦେୟ ପୈଠ କରିପାରିବେ । ଓଡ଼ିଶାର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍ ମୁରଲିଧର ଉପରୋକ୍ତ କାର୍ଯ୍ୟର ଆରମ୍ଭ କରିଛନ୍ତି । ଏହାଦ୍ବାରା ମୋକଦ୍ଦମାକାରୀ ଏବଂ ଓକିଲ ମାନଙ୍କର ଲାଭ ହୋଇପାରିବ । ଜିଲ୍ଲା ଜଜ୍, ନ୍ୟାୟିକ ଅଧିକାରୀ ଏବଂ ଜିଲ୍ଲାରେ କାର୍ଯ୍ୟ କରୁଥିବା ଆଇନଜୀବୀ ଏବଂ ଏହି ସମାରୋହରେ ଯୋଗ ଦେଇଥିବା ଓଡିଶା ରାଜ୍ୟ ଅଧୀନରେ ଥିବା କୋର୍ଟଗୁଡିକର ମାଷ୍ଟର ଟ୍ରେନର ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗଞ୍ଜାମ ଜିଲ୍ଲା ଦୌରାଜର୍ଜ ଶଶୀକାନ୍ତ ମିଶ୍ର ସ୍ବାଗତ ଜଣାଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଗଞ୍ଜାମ ଓକିଲ ସଂଘର ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉଚ୍ଚ ନ୍ୟାୟାଳୟର ବିଚାରପତି ଡଃ ବି.ଆର୍ ଷଡଙ୍ଗୀ ନିଜ ନିଜର ବକ୍ତବ୍ୟରେ ଇ ଫାଇଲିଂ ବ୍ୟବସ୍ଥାର ଉଦ୍ଦେଶ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ । ପରିଶେଷରେ ଗଞ୍ଜାମ ଓକିଲ ସଂଘର ସମ୍ପାଦକ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟ ବିଚାରପତି ଡ଼. ଏସ. ମୁରଲୀଧରଙ୍କ ସମେତ ବିଚାରପତି ଡଃ ବି.ଆର୍, ଷଡଙ୍ଗୀ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଯୋଗ ଦେଇଥିଲେ । ଗଞ୍ଜାମ ଓକିଲ ସଙ୍ଘର ପ୍ରତିଷ୍ଠା ପରଠାରୁ ରାଜ୍ୟ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଗ୍ରସ୍ତ ପ୍ରଥମ ଗ୍ରସ୍ତ ବୋଲି କହିଛନ୍ତି ସଙ୍ଘର ସମ୍ପାଦକ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ