ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କୋରନାର ସଂକ୍ରମଣ । ଗଞ୍ଜାମ ଜିଲ୍ଲାରେ ମଧ୍ୟ ସ୍ଥିତି ଉତ୍କଟ ହେବାରେ ଲାଗିଛି । ଏପରି ସ୍ଥିତିରେ ଗଞ୍ଜାମ ଦେଇ ଆସୁଥିବା କୌଣସି ଟ୍ରେନ ଅଟକିବ ନାଇଁ ବୋଲି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।
ଜିଲ୍ଲାରେ କୌଣସି ଟ୍ରେନ ନଅଟକାଇବାକୁ ନେଇ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଏକ ଚିଠି ଜରିଆରେ ପୂର୍ବ ତଟ ରେଳପଥର ସାଧାରଣ ପରିଚାଳକଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ଷ୍ଟେସନରେ କୌଣସି ଯାତ୍ରୀ ଓହ୍ଲାଇ ପାରିବେ ନାହିଁ କି ଚଢି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଆସନ୍ତା ଜୁଲାଇ 9ରୁ ଏହି ନିୟମ କଡାକଡି ହେବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ