ETV Bharat / city

ଟ୍ରାଫିକ ସମସ୍ୟାରୁ ମୁକୁଳିବ ରେଶମ ସହର, ନୂତନ ଟ୍ରାଫିକ କର୍ମଚାରୀ ନିଯୋଜିତ - ବ୍ରହ୍ମପୁର ଖବର

ବ୍ରହ୍ମପୁର ପୋଲିସ ପକ୍ଷରୁ ମୁତୟନ ହେଲେ ନୂତନ କର୍ମଚାରୀ । ଏହାଦ୍ବାରା ଟ୍ରାଫିକ ସମସ୍ୟାର ହେବ ସମାଧାନ । ଆଗକୁ ପଢନ୍ତୁ...

ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ନୂତନ କର୍ମଚାରୀ ନିଯୁକ୍ତ
author img

By

Published : Nov 9, 2019, 1:51 AM IST

ବ୍ରହ୍ମପୁର: ସୁଧୁରିବ ରେଶମ ସହର ବ୍ରହ୍ମପୁରର ଟ୍ରାଫିକ ସମସ୍ୟା । ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ମୁତୟନ ହେଲେ ନୂତନ କର୍ମଚାରୀ । ସୀମିତ କର୍ମଚାରୀରେ ଯେଉଁ ସମସ୍ୟା ଦେଖିବାକୁ ମିଳୁଥିଲା ତାହାକୁ ଦୃଷ୍ଟିରେ ରଖି ନୂତନ କର୍ମଚାରୀ ନିଯୁକ୍ତ କରାଯାଇଛି ।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସହରରେ ଏହି ସଂଖ୍ୟା କର୍ମଚାରୀଙ୍କ ୯୦ରେ ପହଞ୍ଚିଛି । ସ୍ବତନ୍ତ୍ର ଭାବେ ଟ୍ରାଫିକ୍ ପରିଚାଳନା କରିବା ପାଇଁ ତାଲିମ ପାଇ ଫେରିଥିବା ୪୦ଜଣ ପୁରୁଷ ଓ ମହିଳା କନେଷ୍ଟବଳଙ୍କୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ କରାଯାଇଛି ।

ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ନୂତନ କର୍ମଚାରୀ ନିଯୁକ୍ତ

ପୂର୍ବରୁ ସହରରେ ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ( ଆଇଟିଏମଏସ ) କାର୍ଯ୍ୟକାରୀ କରିବା ସହ ସହରର ମୁଖ୍ୟ ଛକରେ ସିସିଟିଭି ଏବଂ ଟ୍ରାଫିକ ସିଗନାଲ ଲଗାଯାଇଛି । ତେବେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇଥିବାରୁ ଟ୍ରାଫିକ୍ ଦାୟିତ୍ବରେ ନିୟୋଜିତ ଥିବା ଏହି କର୍ମଚାରୀ ମାନେ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହେବେ। ଏପରିକି ଏଥିନିମନ୍ତେ ସହରବାସୀ ସହଯୋଗ କରିବା ଲାଗି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମୁଖ୍ୟତଃ ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ଏକ ପ୍ରମୁଖ ସମସ୍ୟା ରହିଥିବାରୁ ଏହାର ସମାଧାନ କରିବା ପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଇତି ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଶେଷରେ ଆବଶ୍ୟକ ରହିଥିବା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ବ୍ରହ୍ମପୁର ସହରରେ ଟ୍ରାଫିକ କଣ୍ଟ୍ରୋଲ କରିବା ପାଇଁ ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପ୍ରାୟ ୫୭ ଜଣ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି ।

ଏପରିକି ସହରରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ସିଧାସଳଖ ନିଯୁକ୍ତ ପାଇଥିବା ଡି.ଏସ୍.ପିଙ୍କୁ ନିଯୁକ୍ତ ଦିଆଯାଇଛି। ଆଗକୁ ଆହୁରି ୩୦ ଜଣଙ୍କୁ ନିଯୁକ୍ତ କରାଯିବ ବୋଲି ଏସପି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରେଶମ ସହର ବ୍ରହ୍ମପୁରରେ ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ମୃର୍ତ୍ତୟନ ହେଲେ ନୂତନ କର୍ମଚାରୀ । ପୂର୍ବରୁ ସୀମିତ କର୍ମଚାରୀରେ ଯେଭଁ ସବୁ ସମସ୍ୟା ଦେଖିବାକୁ ମିଳୁଥିଲା ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଧେଶକ ଙ୍କ ନିର୍ଦ୍ଧେଶ କ୍ରମେ ଏହି ସଂଖ୍ୟା ସହରରେ ୯୦ରେ ପହଞ୍ଚିଛି । ସ୍ୱତନ୍ତ୍ର ଭାବେ ଟ୍ରାଫିକ୍ ପରିଚାଳନା କରିବା ପାଇଁ ତାଲିମ ପାଇ ଫେରିଥିବା ୪୦ଜଣ ପୁରୁଷ ଓ ମହିଳା କନେଷ୍ଟବଳ ଙ୍କୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ କରାଯାଇଛି । ପୂର୍ବରୁ ସହରରେ ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଣ୍ଚମ ( ଆଇଟିଏମଏସ ) କାର୍ଯ୍ୟକାରୀ କରିବା ସହ ସହରର ମୁଖ୍ୟଛକରେ ସିସିଟିଭି ଏବଂ ଟ୍ରାଫିକ୍ ସିଗନାଲ୍ ଲାଗିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇଥିବାରୁ ଟ୍ରାଫିକ୍ ଦାୟିତ୍ୱରେ ନିୟୋଜିତ ଥିବା ଏହି କର୍ମଚାରୀ ମାନେ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା କ୍ଷେତ୍ରରେ ଅନେକ ମାତ୍ରାରେ ସହାୟକ ହେବେ ।ଏପରିକି ଏଥିନିମନ୍ତେ ସହରବାସୀ ସହଯୋଗ କରିବା ଲାଗି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ମୁଖ୍ୟତଃ ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ଏକ ପ୍ରମୁଖ ସମସ୍ୟା ରହିଥିବାରୁ ଏହାର ସମାଧାନ କରିବା ପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଇତି ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଶେଷରେ ଆବଶ୍ୟକ ରହିଥିବା କର୍ମଚାରୀ ଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ବ୍ରହ୍ମପୁର ସହରରେ ଟ୍ରାଫିକ କଣ୍ଟ୍ରୋଲ କରିବା ପାଇଁ ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରାୟ ୫୭ ଜଣ ପୋଲିସ କର୍ମଚାରୀ ନିୟୋଜିତ ହେଉଥିବା ବେଳେ ଏହି ସଂଖ୍ୟା ଯଥେଷ୍ଟ ନଥିବାରୁ ପ୍ରତେକ ଥାନା ଅଞ୍ଚଳର ଗୃହପକ୍ଷୀ ଏବଂ ଏପିଆର୍ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିଲା । ଏପରିକି ସହରରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ସିଧାସଳଖ ନିଯୁକ୍ତ ପାଇଥିବା ଡି.ଏସ୍.ପି ଙ୍କୁ ନିଯୁକ୍ତ ଦିଆଯାଇଛି । ଏପରିକି ଆହୁରି ୩୦ ଜଣ ତାଲିମ ପାଉଥିବା ବେଳେ ସେମାନଙ୍କୁ ମଧ୍ୟ ନିଯୁକ୍ତ କରାଯିବ । Body:ବାଇଟ୍- ପିନାକ୍ ମିଶ୍ର (ଆରକ୍ଷୀ ଅଧିକ୍ଷକ,ବ୍ରହ୍ମପୁର)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.