ETV Bharat / city

ରେଶମ ସହର ପୋଖରୀ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ତଦନ୍ତ ଦାବି - ବ୍ରହ୍ମପୁର ପଖୋରୀ ଦୁର୍ନୀତି

ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ପୋଖରୀ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଦାବି ଉଠିଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଏକ FIR ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ...

ରେଶମ ସହର ପୋଖରୀ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ତଦନ୍ତ ଦାବି

author img

By

Published : Jun 30, 2021, 6:26 AM IST

ବ୍ରହ୍ମପୁର: ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ପୋଖରୀ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଦାବି ଉଠିଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଏଫଆଇଆର ପ୍ରଦାନ କରାଯାଇଛି । ସହର ମଧ୍ୟରେ ରହିଥିବା ପୋଖରୀ ଗୁଡ଼ିକର ରକ୍ଷଣାବେକ୍ଷଣ ଅର୍ଥ ଆସୁଥିଲେ ସୁଦ୍ଧା ଏହାର ସଠିକ ବ୍ୟବହାର କରାଯାଉନଥିବା ଅଭିଯୋଗ ହୋଇଛି ।

ରେଶମ ସହର ପୋଖରୀ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ତଦନ୍ତ ଦାବି
ରେଶମ ସହର ପୋଖରୀ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସର ତଦନ୍ତ ଦାବି

ରେଶମ ସହର ମଧ୍ୟରେ ଥିବା ପୋଖରୀ ଗୁଡ଼ିକ ପାଇଁ ୨୦୦୭ ରୁ ୨୦୨୧ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଇଛି । ମୋଟ ୧୪ କୋଟି ୯୯ ଲକ୍ଷ ୩୦ ହଜାର ଟଙ୍କା ମହାନଗର ନିଗମକୁ ଦିଆଯାଇଥିବା ସୂଚନା ଅଧିକାର ଆଇନରୁ ଜଣା ପଡ଼ିଛି । ଏହି ଅନୁଦାନର ସଠିକ ବିନିଯୋଗ ହୋଇନଥିବା ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଅଭିଯୋଗ କରିଛି ।

ଗୋଷାଣୀନୁଆଗାଁ ଉତ୍ତରେଶ୍ବର ପୋଖରୀ, ବିଜିପୁର ପୋଖରୀ ଓ ପାୟଲ ସିନେମା ହଲ ପାଖରେ ରହିଥିବା ପୋଖରୀରେ ଏକାଧିକ ଥର କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ସହରର ଅନ୍ୟ ପୋଖରୀ ଗୁଡ଼ିକୁ କାହିଁକି ଅଣଦେଖା କରାଗଲା ବୋଲି ପ୍ରଶ୍ନ କରିଛି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ । ସହରରେ ଥିବା 40 ଗୋଟି ଜଳାଶ୍ରୟ ଗୁଡ଼ିକରୁ ଠିକ ଭାବରେ ପଙ୍କ ବାହାର ନହେବା, ଦଳ ସଫା ନହେବ, ପଥର ବନ୍ଧ ଓ ତାର ଜାଳି ବନ୍ଧରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି ।

ସାଧାରଣ ଲୋକଙ୍କ ଏହି ଟଙ୍କାକୁ କିଛି ଅସାଧୁ ଅଧିକାରୀ, ଠୀକାଦାର ଓ ରାଜନେତା ଚଳୁ କରି ଦେଇ ଥିବା ଅଭିଯୋଗ କରି ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରାଯାଇଛି । ଆଇନଜୀବି ପୀତବାସ ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଏହାକୁ ନେଇ ଅଭିଯୋଗ କରିଛି । ଏହି କାର୍ଯ୍ୟକ୍ରମରେ ମଜଦୂର କଂଗ୍ରେସ ଜିଲ୍ଲା ସଭାପତିଙ୍କ ସମେତ ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରଞ୍ଜନ ତରାଇ, ସୁଧୀର ମହାରଣା, ସାଇ ରାମ ପାତ୍ର,ପଦ୍ମ ଚରଣ ସାହୁ, ଆରତୀ ପଟ୍ଟନାୟକ, ଙ୍କ ସମେତ ବହୁ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.