ETV Bharat / city

ଛତ୍ରପୁରରେ ଜାତୀୟ ନୃତ୍ୟ ସଙ୍ଗୀତ ସମାରୋହ - ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବ୍ରହ୍ମପୁର
author img

By

Published : Feb 13, 2019, 4:26 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ବରର ତ୍ରିଧାରା ଏବଂ ଛତ୍ରପୁର କଳା ବିକାଶ କେନ୍ଦ୍ରର ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସମେତ ବହୁ ବିଦେଶୀ କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବ୍ରହ୍ମପୁର
ସୂଚନା ଅନୁଯାୟୀ, କଳାକାରମାନେ ପ୍ରଥମେ ସ୍ଥାନୀୟ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ଏହାପରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ପହଞ୍ଚି କାର୍ଯ୍ୟକ୍ରମର ସୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଘଣ୍ଟ ନୃତ୍ୟ, କୋଠିଶାଳ, ଭାରତ ଲୀଳା ଓ ପ୍ରହ୍ଲାଦ ନାଟକ ଭଳି ଲୋକକଳା ପ୍ରଦର୍ଶିତ କରାଯାଇଥିଲା । ଏଥିରେ ମାଲେସିଆର ସୂତ୍ର ଫାଉଣ୍ଡେସନ ଅଧ୍ୟକ୍ଷ ପଦ୍ମଶ୍ରୀ ରାମଲି ଇବ୍ରାହିମ୍ ଓ ଦଳ, ଜାପାନୀ ନୃତ୍ୟାଙ୍ଗନା ଚିସାତୋ ମିଉରା ଏବଂ ରିଏ କୁମାକୁରା ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହା ସହିତ ତ୍ରିଧାରା ଅନୁଷ୍ଠାନର ନୄତ୍ୟ ଦଳ ଓଡିଶୀ ସମେତ ଡାଲଖାଇ ଭଳି ଲୋକ ନୄତ୍ୟ ପ୍ରଦର୍ଶନ କରିଥିଲେ ।
undefined

ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଜୟ ଦାସ ଓ ଅତିରିକ୍ତ ଏସ ପି ଅମରେଶ ପଣ୍ଡା ଅତିଥି ଭାବେ ଯୋଗ ଦେଇ ନୄତ୍ୟ ଶିଳ୍ପୀ ମାନଙ୍କୁ ସମ୍ମାନିତ କରିଥିଲେ। ଏହା ବ୍ୟତିତ ଓଡିଶା ସଂଗୀତ ନାଟକ ଏକାଡ଼େମୀର ପୂର୍ବତନ ସଂପାଦକ ମନ୍ମଥ ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୁରୁ ସ୍ୱାଇଁ, ବରିଷ୍ଠ ଜାପାନୀ ଶିଳ୍ପୀ କୁମା ବେ, କଳା ବିକାଶ କେନ୍ଦ୍ରର ସଭାପତି ରାମଚନ୍ଦ୍ର ପଟନାୟକ, ଉପଦେଷ୍ଟା ଅଶୋକ ଚୌଧୂରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟରେ ପ୍ରତିଷ୍ଠିତ ୧୬ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:() ଆସନ୍ତା ସାଧାରଣ ନିର୍ବାଚନରେ ସମଭାବପନ୍ନ ଦଳ ସହିତ ମେଣ୍ଟ କରିବା କଂଗ୍ରେସ। ଜାତୀୟ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓଡ଼ିଶାରେ ବି ଏନେଇ ଏକ ପ୍ରକାର ଆଲୋଚନା ହୋଇ ସାରିଛି। କେବଳ ଟିକେଟ ଭାଗ ବଣ୍ଟା କୁ ନେଇ ଅଟକିଛି କାମ। ମିଳିତHଇବା ସୂଚନା ମୁତାବକ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ସହ ସିପିଆଇ, ସିପିଏମ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ନେତାଙ୍କ ସହ 2ଟି ପର୍ଯ୍ୟାୟରେ ଆଲୋଚନା ସରିଛି।

Body:() ଚିନ୍ତାରେ ମଙ୍ଗୁଆଲ। କାହାକୁ ଦେବେ କେତେ ସିଟ। କେଉଁ ସିଟ କିଏ ନେବ ତାକୁ ନେଇ ରାଜ୍ୟ କଂଗ୍ରେସ ନେତା ଚିନ୍ତାରେ। 3ଟି ଦଳ ସହ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ କେଉଁ ବିଧାନସଭା ଆସନରୁ କିଏ ଲଢ଼ିବେ ବମଦଳ ନ ନିଜ ଦଳର ନେତାଙ୍କୁ ଦେଖିବେ ମୁଖିଆ ତାକୁ ନେଇ ଅଡୁଆ ପରିସ୍ଥିତି ଦେଖାଦେଇଛି। 3ଟି ଦଳର ମୁଖିଆ ଲୋକସଭା ସିଟ ଲଢ଼ିବା ଏକ ପ୍ରକାର ଚୂଡାନ୍ତ। ଭୁବନେଶ୍ୱର ଲୋକସଭା ସିଟରୁ cpm ନେତା ଜନାର୍ଦ୍ଦନ ପତି, ଆସିକାରୁ cpi ନେତା ରାମକୃଷ୍ଣ ପଣ୍ଡା, ମୟୁରଭଞ୍ଜରୁ ଶିବୁ ସୋରେନଙ୍କ ଝିଅ ଲଢ଼ିବା ଚୂଡାନ୍ତ ହୋଇଛି। ଏଠାରେ କଂଗ୍ରେସ 3 ପ୍ରାର୍ଥୀଙ୍କୁ ସମର୍ଥନ କରିବା।
ବିଧାନସଭା ରେ jmm 14, cpi 13 ଓ cpm 7ଟି ସିଟ ମାଗିଛନ୍ତି। ତେବେ ଏହାକୁ ନେଇ ଅମଙ୍ଗ ଅଛି କଂଗ୍ରେସ। ଏହାରିଭିତରେ aicc ସ୍କ୍ରିନିଂ କମିଟି ଭୁବନେଶ୍ୱର ରେ ପହଂଚି ତାଲିକା ଚୂଡାନ୍ତ କରିବା ପାଇଁ ଡେରା ପକାଇଛି। ସେମାନେ ମଧ୍ୟ ଏହି ଦାବି ଉପରେ ବିଚାର କରି ଚୂଡାନ୍ତ ନିଷ୍ପତ୍ତି ନେବେ। ତେବେ ଏତେ ସଂଖ୍ୟକ ସିଟ ଯଦି ଏହି 3 ଦଳ ପାଇବେ ତେବେ ଓଡିଶା କଂଗ୍ରେସରେ ଝଡ ସୃଷ୍ଟି ହେବ ସ୍ୱାଭାବିକ। ତେଣୁ ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବରିଷ୍ଠ ନେତା।
ବାଇଟ- ଅନନ୍ତ ସେଠି, ବରିଷ୍ଠ କଂଗ୍ରେସ ନେତା

Conclusion:()
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.