ETV Bharat / city

ବେଆଇନ ମଦ କାରବାରକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

ମଦ କାରବାରକୁ ବିରୋଧ କରିଥିବା  କୈଳାସ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 30, 2019, 2:57 AM IST

ବ୍ରହ୍ମପୁର: ବେଆଇନ ମଦ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପଡିଲା ମହଙ୍ଗା । ମଦ କାରବାରକୁ ବିରୋଧ କରିଥିବା କୈଳାସ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା କୁଶଢିପା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ମୁତାବତ, ଗତକାଲି ଗ୍ରାମରେ ଚୋରା ମଦ କାରବାର ହେଉଥିବା ଦେଖି କୌଳାସ ଏହାକୁ ବିରୋଧ କରିଥିଲେ । ମଦକୁ ନେଇ ଗ୍ରାମରେ ଅଶାନ୍ତି ସୃଷ୍ଟି ହେଉଥିବାରୁ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେ କହିଥିଲେ । ତେବେ ସମ୍ପୃକ୍ତ ବେପାରୀ ଯୋଜନା କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସେପଟେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରାସ୍ତା ଅବରୋଧ କରାଯାଇଥିଲା । ତେବେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

BANAJA 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.