ETV Bharat / city

ଆହାର କେନ୍ଦ୍ରରେ ସାଂସଦ-ବିଧାୟକ: ପାଣିଘେରରେ ଖାଇଲେ, ମାନ ପରଖିଲେ - MP AND MLA VISIT AHAR CETRE

ବ୍ରହ୍ମପୁର ଆହାର କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ । ଆହାର କେନ୍ଦ୍ରର ସୁବିଧା ଅସୁବିଧା ପଚାରି ବୁଝିବା ସହ ଖାଦ୍ୟର ମାନ ପରଖିବାକୁ ନିଜେ ଭାତ, ଡାଲମା ଓ ଆଚାର ମଧ୍ୟ ଖାଇଛନ୍ତି ।

ଆହାର କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ
author img

By

Published : Oct 15, 2019, 9:43 PM IST

Updated : Oct 16, 2019, 4:52 AM IST

ବ୍ରହ୍ମପୁର: ବ୍ରହ୍ମପୁର ସହରର କିଭଳି ଚାଲିଛି ଆହାର କେନ୍ଦ୍ର ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବିଧାୟକ ବିକ୍ରମ କୁମାର ପଣ୍ଡା । ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ସାଧାରଣ ଜନତାଙ୍କର ନିକଟତର ହେଉଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ଇତି ମଧ୍ୟରେ 5‘ଟି’ ଏବଂ ମୋ ସରକାର ଯୋଜନା ମଧ୍ୟ ତିଆରି ହୋଇଛି ।

ଆହାର କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ

କେଉଁଠି ରାଜ୍ୟର ବରିଷ୍ଠ ସଚିବ ମାନେ କିଭଳି ସ୍ବାସ୍ଥ୍ୟସେବା ଚାଲିଛି ବୁଝୁଛନ୍ତି ତ ଆଉ କେଉଁଠି ଦୁର୍ଗମ ଅଞ୍ଚଳର ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି । ଉଭୟ ବିଧାୟକ ଓ ସାଂସଦ ସହରର ନୂତନ ବସଷ୍ଟାଣ୍ଟ ଆହାର କେନ୍ଦ୍ରରେ ପହଞ୍ଚି ସେଠାକାର ରହିଥିବା ସମସ୍ତ ବିଷୟକୁ ତଦାରଖ କରିଛନ୍ତି ।

ଆହାର କେନ୍ଦ୍ରରେ ପାଣି ଜମିରହିବା ସହ ସଫେଇ ବ୍ୟବସ୍ଥା ଠିକ ନଥିବା ଉଭୟ ବିଧାୟକ ଓ ସାଂସଦ ଦେଖିବାକୁ ପାଇଥିଲେ । ଏହାସହ ପୂର୍ବରୁ ସମସ୍ୟା ସଂପର୍କରେ ଅଧିକାରୀ ମାନେ ଜାଣିଥିଲେ କି ନାହିଁ ତାହା ପଚାରିବୁଝିବା ସହ ନିଜେ ଆହାର କେନ୍ଦ୍ରରେ ଭାତ ,ଡାଲମା ସହ ଆଚାର ଖାଇଥିଲେ । ରହିଥିବା ସମସ୍ୟା ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

Intro:
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଇତି ମଧ୍ୟରେ 5ଟି ଏବଂ ମୋ ସରକାର ଯୋଜନରା ସାଧାରଣ ଜନତା ଙ୍କ ନିକଟତ୍ତର ହେଉଛନ୍ତି ଉଭୟ ପ୍ରଶାସନର ବରିଷ୍ଠ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି । କେଉଁଠି ରାଜ୍ୟର ବରିଷ୍ଠ ସଚିବ ମାନେ କିଭଳି ଚାଲିଛି ସ୍ୱାସ୍ଥସେବା ତାହାକୁ ଅନୁଧ୍ୟାନ କରୁଛନ୍ତି ତ ଆଉ କେଉଁଠି ଦୁର୍ଗମ ଅଞ୍ଚଳର ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି । ଏଭଳି ସ୍ଥଳେ ବ୍ରହ୍ମପୁର ସହରର କିଭଳି ଚାଲିଛି ଆହାର କେନ୍ଦ୍ର ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବିଧାୟକ ବିକ୍ରମ କୁମାର ପଣ୍ଡା । ଉଭୟ ବିଧାୟକ ଓ ସାଂସଦ ସହରରନୂତନ ବସଷ୍ଟାଣ୍ଟ ଆହାର କେନ୍ଦ୍ର ରେ ପହଞ୍ଚି ସେଠାକାର ରହିଥିବା ସମସ୍ତ ବିଷୟକୁ ତଦାରଖ କରିଛନ୍ତି । ଆହାର କେନ୍ଦ୍ରରେ ପାଣି ଜମିରହିବା ସହ ସଫେଇ ବ୍ୟବସ୍ଥା ଠିକ ନଥିବା ଉଭୟ ବିଧାୟକ ଓ ସାଂସଦ ଦେଖିବାକୁ ପାଇଥିବା ବେଳେ ଏ ନେଇ ପୁର୍ବରୁ ସମସ୍ୟା ସଂପର୍କରେ ଅଧିକାରୀ ମାନେ ଜାଣିଥିଲେ କି ନାହିଁ ତାହାକୁ ପଚାରିବୁଝିବା ସହ ନିଜେ ଆହାର କେନ୍ଦ୍ରରେ ଭାତ ,ଡାଲମା ସହ ଆଚାର କୁ ଖାଇଥିଲେ । ରହିଥିବା ସମସ୍ୟା ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
Last Updated : Oct 16, 2019, 4:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.