ETV Bharat / city

ଗଞ୍ଜେଇ ଖୋଜୁଥିଲେ ଗୁଇନ୍ଦା ଅଧିକାରୀ: ମିଳିଲା 23ଟି ସୁନା ବିସ୍କୁଟ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା

author img

By

Published : Aug 10, 2022, 12:32 PM IST

Updated : Aug 10, 2022, 1:01 PM IST

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଧରିବା ପାଇଁ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଅଧିକାରୀଙ୍କ ହାତରେ 23ଟି ସୁନା ବିସ୍କୁଟ ଓ ଏକ କୋଟି ୨୨ ଲକ୍ଷ ଟଙ୍କା ଲାଗିଛି । ଅଧିକ ପଢନ୍ତୁ

ଗଞ୍ଜେଇ ଚୋରାଚାଲାଣ ଯାଞ୍ଚ ବେଳେ ମିଳିଲା 23ଟି ସୁନା ବିସ୍କୁଟ

ବ୍ରହ୍ମପୁର: ଗଞ୍ଜେଇ ଚୋରାଚାଲାଣ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଥିବା କର୍ମଚାରୀଙ୍କ ହାବୁଡ଼ରେ ପଡିଲା 23ଟି ସୁନା ବିସ୍କୁଟ ଓ ଏକ କୋଟି ୨୨ ଲକ୍ଷ ଟଙ୍କା । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଧରିବା ପାଇଁ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଧରା ପଡିଛି ସୁନା ଚାଲାଣ ରାକେଟ । ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା ।

ଗଞ୍ଜେଇ ଖୋଜୁଥିଲେ ଗୁଇନ୍ଦା ଅଧିକାରୀ: ମିଳିଲା 23ଟି ସୁନା ବିସ୍କୁଟ, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା

ସୂଚନା ଅନୁଯାୟୀ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ଯାଞ୍ଚ କରୁଥିଲେ । ଏଭଳି ସମୟରେ ମହାରାଷ୍ଟ୍ରର ନମ୍ବର ରହିଥିବା ଏକ ଗାଡି ସେହି ରାସ୍ତା ଦେଇ ଯାଇଥିଲା । ଅଧିକାରୀମାନେ ସନ୍ଦେହରେ କାରକୁ ଅଟକାଇବା ପରେ ଯାଞ୍ଚ କରାଯିବା ପରେ କାର୍ ଭିତରୁ କିଛି ପରିବା ବ୍ୟାଗ୍ ମିଳିଥିଲା । ପରିବା ବ୍ୟାଗରେ ପୁଳା ପୁଳା ଟଙ୍କା ବିଡା ଜବତ ହୋଇଥିଲା । ଏହା ସହ 23ଟି ସୁନା ବିସ୍କୁଟ ମଧ୍ୟ ଜବତ କରିଛନ୍ତି ଗୁଇନ୍ଦା ବିଭାଗ ଅଧିକାରୀ । ଏତେ ଟଙ୍କା ଦେଖି ଅବକାରୀ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାର ମଧ୍ୟରେ ବସିଥିବା ବ୍ୟକ୍ତି ଜଣକ ନିଜକୁ ଭରତଗୋଖେ ନାୟକ ଏବଂ ତାଙ୍କ ଘର ମହାରାଷ୍ଟ୍ରରେ ବୋଲି ପରିଚୟ ଦେଇଥିଲେ । ଏନେଇ ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନାକୁ ସୂଚନା ଦେବା ପରେ ପୋଲିସ ଉକ୍ତ ଟଙ୍କା ଜବତ କରିବା ସହ ଭରତଙ୍କୁ ଥାନାକୁ ଆଣିଥିଲେ ।

ବ୍ୟାଗ ଭିତରୁ ୧ କୋଟି ୨୨ ଲକ୍ଷ ୫୦ ହଜାର ଟଙ୍କା ଜହତ ହୋଇଥିଲା । ତାଙ୍କୁ ପଚରାଉଚରା ବେଳେ ସେ ମହାରାଷ୍ଟ୍ରରୁ ସୁନା ଆଣି ବ୍ରହ୍ମପୁରରେ ବିକ୍ରି କରୁଥିବା ପୋଲିସକୁ କହିଥିଲେ। ଭରତଙ୍କଠାରୁ ସୂଚନା ପାଇ ପୋଲିସ କେତେକ ସୁନା ଦୋକାନୀ ପାଖକୁ ଯାଇ 23ଟି ସୁନା ବିସ୍କୁଟ ଥାନାକୁ ଆଣିଛି। ପୁରା ରାକେଟକୁ ପର୍ଦ୍ଦାଫାସ କରିବା ପରେ ଅଧିକ ସୂଚନା ଦିଆଯିବ ବୋଲି ପୋଲିସ କହିଛି । ମହାରାଷ୍ଟ୍ରର ଭରତଙ୍କ ସମେତ ବ୍ରହ୍ମପୁରର କେତେକ ସୁନା ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଟିକସ ଫାଙ୍କି ଚୋରାରେ ସୁନା କାରବାର ଚାଲିଥିବା ଯୋଗୁଁ ତଦନ୍ତରେ ଜିଏସଟି ଏବଂ ଅନ୍ୟ ବିଭାଗର ସାହାଯ୍ୟ ନେଇପାରେ ପୋଲିସ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 10, 2022, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.