ETV Bharat / city

ଲାଇଭ ଅପରେସନ କରି ଚକ୍ଷୁ ଡାକ୍ତରଙ୍କୁ ତାଲିମ ଦେଲେ ଦେଶର 100 ବିଶେଷଜ୍ଞ - eyesight

ଗଞ୍ଜାମ ଜିଲ୍ଲାରେ ଦେଶର ଏକ ଶହରୁ ଊର୍ଦ୍ଧ୍ୱ ବରିଷ୍ଠ ଚକ୍ଷୁ ବିଶେଷଜ୍ଞଙ୍କୁ ନେଇ ଚାଲିଥିଲା ଅସ୍ତ୍ରୋପଚାରର ସିଧାପ୍ରସାରଣ । ଅଧିକ ପଢନ୍ତୁ:

More than hundred senior ophthalmologists on their live
ଲାଇଭ ଅପରେସନ କରି ଚକ୍ଷୁ ଡାକ୍ତରଙ୍କୁ ତାଲିମ ଦେଲେ ଦେଶର 100 ବିଶେଷଜ୍ଞ
author img

By

Published : Mar 1, 2020, 11:27 PM IST

ବ୍ରହ୍ମପୁର: ଦେଶର ଏକ ଶହରୁ ଊର୍ଦ୍ଧ୍ବ ବରିଷ୍ଠ ଚକ୍ଷୁ ବିଶେଷଜ୍ଞଙ୍କୁ ନେଇ ଚାଲିଥିଲା ବିରଳ ଅସ୍ତ୍ରୋପଚାରର ସିଧାପ୍ରସାରଣ । ଏଭଳି ଏକ ସ୍ବତନ୍ତ୍ର ଅସ୍ତ୍ରୋପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବ୍ରହ୍ମପୁର ସହର ଉପକଣ୍ଠ ଶଙ୍କର ନେତ୍ରାଳୟ ପରିସରରେ ।

ଲାଇଭ ଅପରେସନ କରି ଚକ୍ଷୁ ଡାକ୍ତରଙ୍କୁ ତାଲିମ ଦେଲେ ଦେଶର 100 ବିଶେଷଜ୍ଞ

ବିଦେଶ ଯାଇ ସ୍ବତନ୍ତ୍ର ତାଲିମ୍ ନେଇଥିବା ବିଶେଷଜ୍ଞମାନେ ଅପରେସନ୍ ଥିଏଟରରେ କରୁଥିଲେ ଗୋଟିଏ ପରେ ଗୋଟିଏ ଅସ୍ତ୍ରୋପଚାର। ଆଉ ଏଭଳି ଲାଇଭ୍ ଅପରେସନକୁ ଦେଖି ସେମାନଙ୍କ ମନରେ ରହିଥିବା ବିଭିନ୍ନ ପ୍ରଶ୍ନକୁ ପଚାରି ବୁଝୁଥିଲେ ରାଜ୍ୟର ଚକ୍ଷୁ ଡାକ୍ତରମାନେ । ଦେଶର କୋଣ ଅନୁକୋଣରୁ ଆସିଥିବା ବରିଷ୍ଠ ଚିକିତ୍ସକ ମାନେ ଏହି ପ୍ରସଙ୍ଗରେ କରିଥିଲେ ଆଲୋଚନା ଓ ପର୍ଯ୍ୟାଲୋଚନା ।

ରାଜ୍ୟ ସରକାରଙ୍କ ସହଯୋଗରେ ଆୟୋଜିତ କଳିଙ୍ଗ ଶଙ୍କର -୨୦୨୦ ରେ ଯୋଗ ଦେଇଥିବା ବରିଷ୍ଠ ଚିକିତ୍ସକ ମାନେ ଏଭଳି ଆୟୋଜନକୁ ବେଶ ପ୍ରଶଂସା କରିଥିଲେ । ସରକାର ଏବଂ ଟାଟା କର୍ତ୍ତୃପକ୍ଷଙ୍କ ସହଯୋଗିତାରେ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ଗରିବଙ୍କୁ ଅତ୍ୟନ୍ତ କମ୍ ଖର୍ଚ୍ଚରେ ଏବଂ ସୁବିଧାରେ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସା ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ଏପରି ସିଧାସଳଖ ଅସ୍ତ୍ରୋପ୍ରଚାର ଦ୍ୱାରା ଲାଭବାନ ହେବେ ଚକ୍ଷୁ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀ । ସେହିପରି ଆଗାମୀ ଦିନରେ ରାଜ୍ୟରେ ବିରଳ ଚକ୍ଷୁ ଅସ୍ତ୍ରୋପଚାର କ୍ଷେତ୍ରରେ ଏପରି କାର୍ଯ୍ୟକ୍ରମ ସହାୟତା କରିବ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

eyesight
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.