ETV Bharat / city

ATM ଲୁଟ ପୂର୍ବରୁ ପହଞ୍ଚିଲା ପୋଲିସ, ଚମ୍ପଟ ମାରିଲା ଲୁଟେରା - ଆସିକା ସହରରେ ଏଟିଏନ ଲୁଟ ପୂର୍ବରୁ ପହଞ୍ଚିଲା ପୋଲିସ

ଆସିକା ସହରର ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଲୁଟେରାଙ୍କ ଟଙ୍କା ଲୁଟ ଉଦ୍ୟମ । ଲୁଟ ପୂର୍ବରୁ ପୋଲିସ ପହଞ୍ଚିବାରୁ ପଣ୍ଡ ହେଲା ଲୁଟ ଯୋଜନା । ଅଧିକ ପଢନ୍ତୁ

ATM ଲୁଟ ପୂର୍ବରୁ ପହଞ୍ଚିଲା ପୋଲିସ , ଚମ୍ପଟ ମାରିଲା ଲୁଟେରା

author img

By

Published : Jul 15, 2022, 10:30 AM IST

ବ୍ରହ୍ମପୁର: ପଣ୍ଡ ହେଲା ଏଟିଏମରୁ ଟଙ୍କା ଲୁଟ ଉଦ୍ୟମ, ଲୁଟ ପୂର୍ବରୁ ପୋଲିସ ପହଞ୍ଚିବାରୁ ଛତ୍ରଭଙ୍ଗ ଦେଲା ଲୁଟେରା । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ । ପୋଲିସର ପାଟ୍ରୋଲିଂ ଯୋଗୁଁ ଲୁଟେରାଙ୍କ ଲୁଟ ଉଦ୍ୟମ ପଣ୍ଡ ହୋଇଥିବା ଜଣାପଡିଛି ।

ATM ଲୁଟ ପୂର୍ବରୁ ପହଞ୍ଚିଲା ପୋଲିସ , ଚମ୍ପଟ ମାରିଲା ଲୁଟେରା

ସୂଚନା ଅନୁଯାୟୀ, ଆସିକା ସହରର ବିଜୁପଟ୍ଟନାୟକ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଜଣେ ଦୁର୍ବୃତ୍ତ ଏଟିଏମର ଗେଟ ତାଡି ମେସିନରୁ ଟଙ୍କା ଲୁଟ ଉଦ୍ୟମ କରୁଥିଲେ । ଏନେଇ ସୂଚନା ପାଇବା ପରେ ଆସିକା ପୋଲିସର ପାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ଲୁଟ ପାଇଁ ବ୍ୟବହୃତ ସରଞ୍ଜାମକୁ ଛାଡି ଚମ୍ପଟ ମାରିଥିଲା ଲୁଟେରା ।

ଅନ୍ୟପଟେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତ ଜାରି ରହିଛି । ଅଧିକ ତଦନ୍ତ ପାଇଁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.