ETV Bharat / city

ଅଚାନକ ଗସ୍ତ କରି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଲେ ବିଧାୟକ - minister subhash chandra behera

ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଦ୍ୟାଳୟ ପରିଦର୍ଶନରେ ଅଚାନକ ପହଞ୍ଚିଲେ ଅଧିକ ପଢନ୍ତୁ...

ବିଦ୍ୟାଳୟକୁ ଅଚାନକ ଗସ୍ତ କରି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଲେ  ବିଧାୟକ

author img

By

Published : Dec 12, 2019, 8:27 AM IST

ବ୍ରହ୍ମପୁର: ବିଦ୍ୟାଳୟ ପରିଦର୍ଶନରେ ଅଚାନକ ପହଞ୍ଚିଲେ ବିଧାୟକ । ଗସ୍ତରେ ଆସି ବିଦ୍ୟାର୍ଥୀଙ୍କୁ ପାଠ ପଢାଇଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଗଞ୍ଜାମ ବ୍ଲକର ପାଳିବନ୍ଧ ଓ ହୁମ୍ମା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସ୍କୁଲ ଗସ୍ତରେ ଯାଇ ସମସ୍ୟା ପଚାରି ବୁଝିଛନ୍ତି ।

ବିଦ୍ୟାଳୟକୁ ଅଚାନକ ଗସ୍ତ କରି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଲେ ବିଧାୟକ

ପ୍ରଥମେ ପାଳିବନ୍ଧ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକା ବିଦ୍ୟାଳୟ ଯାଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବିଦ୍ୟାର୍ଥୀଙ୍କ ସହ ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ପରେ ପାଳିବନ୍ଧ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଦ୍ୟାର୍ଥୀଙ୍କ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କ ପାଠ ବିଷୟ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ପଚାରିଥିଲେ ।

ଏହାପରେ ହୁମା ସ୍ଥିତ ସରକାରୀ ଅନୁସୂଚିତ ଜନଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପାଠ୍ୟ ବିଷୟକୁ ପଚାରି ବୁଝିବା ସହ ମଧ୍ୟାହ୍ନ ଭୋଜନ ଉପରେ ସେ ଅନୁଧ୍ୟାନ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସଚିବମାନେ ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରୁଥିବା ବେଳେ ବିଧାୟକଙ୍କ ଏଭଳି ଅଚାନକ ଅନୁଧ୍ୟାନ ଶିକ୍ଷା ବିଭାଗରେ ସଂସ୍କାର ଆଣିବାରେ ସହାୟକ ହେବ ମତ ପ୍ରକାଶ ପାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

Intro:Body:ବିଦ୍ୟାଳୟକୁ ଅଚାନକ ଗସ୍ତ କରି ବିଦ୍ୟାର୍ଥୀ ଙ୍କୁ ପାଠ ପଢାଇଛନ୍ତି ବିଧାୟକ। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏଭଳି ଗ୍ରସ୍ତ କରି ଗଞ୍ଜାମ ବ୍ଲକର ପାଳିବନ୍ଧ ଏବଂ ହୁମ୍ମା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଦ୍ୟାଳୟକୁ ଗସ୍ତ କରି ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି। ପ୍ରଥମେ ପାଳିବନ୍ଧ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବସିକା ବିଦ୍ୟାଳୟ ଯାଇ ହଷ୍ଟେଲ କର୍ତ୍ତୁପକ୍ଷ ଙ୍କ ସହ ଆଲୋଚନା କରିବା ସହ ବିଦ୍ୟାର୍ଥୀ ଙ୍କ ସହ ସ୍ୱାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ପରେ ପାଳିବନ୍ଧ ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ବିଦ୍ୟାର୍ଥୀ ଙ୍କ ମଧ୍ୟାହ୍ନଭୋଜନ ଯାଞ୍ଚ କରିବା ସହ ଛାତ୍ର ଛାତ୍ରୀ ଙ୍କ ପାଠ ବିଷୟ ଠାରୁ ଆରମ୍ଭ କରି ସାଧାରଣ ଜ୍ଞାନ ସଂପର୍କରେ ପଚାରି ବୁଝିଥିଲେ । ପରେ ହୁମା ସ୍ଥିତ ସରକାରୀ ଅନୁସୂଚିତ ଜନଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଇ ପାଠ୍ୟବିଷୟ କୁ ପଚାରି ବୁଝିବା ସହ ମଧ୍ୟାହ୍ନ ଭୋଜନ ଉପରେ ଅନୁଧ୍ୟାନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସଚିବ ମାନେ ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରୁଥିବା ବେଳେ ବିଧାୟକ ଙ୍କ ଏଭଳି ଅଚାନକ ଅନୁଧ୍ୟାନ ଶିକ୍ଷା ବିଭାଗରେ ସଂସ୍କାର ଆଣିବାରେ ସହାୟକ ହେବ ବୋଲି କୁହାଯାଇଛି।
..Conclusion:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.