ETV Bharat / city

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ - Ganjam district administration metting update

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଗଞ୍ଜାମ ଜିଲ୍ଲାପ୍ରଶାସନ । ସମସ୍ତ ବିଭାଗକୁ ସତର୍କ କରାଇବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

author img

By

Published : Dec 2, 2021, 7:07 AM IST

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । SRCଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଜିଲ୍ଲାର ବିଦ୍ୟୁତ ବିଭାଗ, ସମସ୍ତ BDO ଓ ତହସିଲଦାରଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହିତ ସମ୍ଭାବ୍ୟ ବାତ୍ୟା ଏବଂ ତାହାକୁ ନେଇ ହେବାକୁ ଥିବା ବର୍ଷା ସମୟରେ କିପରି ଆଗୁଆ ପଦକ୍ଷେପ ନିଆଯିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସ୍କୁଲ ଗୃହ, କମ୍ୟୁନିଟି ହଲଗୁଡିକ ପ୍ରସ୍ତୁତି ସହ ବାତ୍ୟାରେ ପ୍ରଭାବିତ ଆଶଙ୍କା ରହିଥିବା ଅଞ୍ଚଳଗୁଡିକର ସରକାରୀ କର୍ମଚାରୀଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯିବା ସହିତ ସମୁଦ୍ରକୂଳିଆ ଓ ନଦୀ କୂଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଧ୍ୟ୍ୟାନ ଦେବାକୁ ତହସିଲଦାରମାନଙ୍କୁ କୁହାଯାଇଛି ।

ସେହିପରି ଆବଶ୍ୟକ ପଡିଲେ ପ୍ରଭାବିତ ସ୍ଥାନରେ ରହୁଥିବା ଅଞ୍ଚଳବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରାଯିବ | ସ୍କୁଲ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଷ୍କାର କରି ରଖିବା ସହିତ କାର୍ଯ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ରହିଛି । ଏପରିକି ଆସନ୍ତା ରବିବାର ଓ ସୋମବାରକୁ ବେଳାଭୂମିକୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । ଏଭଳି ସମୟରେ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବା ସହ ଆବଶ୍ୟକ ହେଲେ ସରକାରୀ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯିବା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି । ତିତିଲି ସମୟରେ ଯେଉଁ ସବୁ ଅଞ୍ଚଳ କ୍ଷତି ହୋଇଥିଲା ସେଥିପ୍ରତି ଅଧିକ ଧ୍ୟ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.