ବ୍ରହ୍ମପୁର: ବିଦେଶରେ ଚାକିରି ଯୋଗାଇ ଦେବା ନାଁରେ ମିଥ୍ୟା ପ୍ରତିଶୃତି ଦେଇ ଠକେଇ ଅଭିଯୋଗ । ଘଟଣାରେ ବ୍ରହ୍ମପୁରର ବଡବଜାର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ରାଜଧାନୀରୁ ଗିରଫ କରିଛି । ବ୍ୟକ୍ତି ଜଣଙ୍କ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ସଞ୍ଜୟ କୁମାର ଜେନା । ସଞ୍ଜୟଙ୍କ ପ୍ରକୃତ ଘର ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ବୋଲି ସୂଚନା ମିଳିଛି।

ଗିରଫ ବ୍ୟକ୍ତି ଜଣଙ୍କ ମିଥ୍ୟା ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ କରି ଆସୁଥିବା ନେଇ ଗତ ମାର୍ଚ୍ଚ ୩୧ ତାରିଖରେ ସହରର ବଡବଜାର ଥାନା ଅଞ୍ଚଳରେ ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତେବେ ବିଦେଶରେ ଚାକିରି ଯୋଗାଇଦେବା ପାଇଁ ବ୍ୟବହାର କରୁଥିବା ବିଭିନ୍ନ ମଲିଟି ନେସନ୍ୟାଲ କମ୍ପାନୀର ଲେଟର ପ୍ୟାଡ ,ଗୋଟିଏ ଲ୍ୟାପଟପ୍ ,ଗୋଟିଏ ମୋବାଇଲ୍ ଫୋନ ଜବତ ହୋଇଛି । ଏହାସହ ସିମକାର୍ଡ,ପାଞ୍ଚୋଟି ପାସପୋର୍ଟ,୧୩ ଗୋଟି ଚେକ୍ ବୁକ୍ ,୧୩ ଗୋଟି ବ୍ୟାଙ୍କ୍ ଆକାଉଣ୍ଟକୁ ଜବତ କରି ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ