ETV Bharat / city

ରେଶମ ସହରରେ ଏମିତି ଏକ ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଜାତିର ପିତା - ମନ୍ଦିରରେ ପୂଜା ପାଉଛନ୍ତି ମହାତ୍ମା ଗାନ୍ଧୀ

ଦେବାଦେବୀଙ୍କ ମନ୍ଦିର ବିଷୟରେ ତ ଶୁଣିଥିବି ନିଶ୍ଚୟ । କେବେ ଜାତିର ପିତା ଗାନ୍ଧିଜୀଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା ବିଷୟରେ ଶୁଣିଛନ୍ତି । ରେଶମ ସହର ବ୍ରହ୍ମପୁରରେ ଏକ ମନ୍ଦିର ରହିଛି ଯେଉଁଠି ପୂଜା ପାଉଛନ୍ତି ବାପୁଜୀ । ଦେଖନ୍ତୁ ଏ ରିପୋର୍ଟ ।

ଉତ୍ତରେଶ୍ବର ମନ୍ଦିରରେ ରାମଙ୍କ ସହ ପୂଜା ପାଉଛନ୍ତି ମହାତ୍ମା ଗାନ୍ଧୀ

author img

By

Published : Jun 26, 2022, 4:28 PM IST

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ସର୍ବପୁରାତନ ସହର ବ୍ରହ୍ମପୁର । କଳା, ସଂସ୍କୃତି, ଐତିହ୍ୟ ପାଇଁ ଦେଶ ବିଦେଶରେ ଖୁବ ପରିଚିତ । ରେଶମ ସହରରେ ଅନେକ ପୁରାତନ ମନ୍ଦିର ରହିଥିବା ବେଳେ ଏଠାରେ ଏପରି ଏକ ମନ୍ଦିର ରହିଛି ଯେଉଁଠି ଭଗବାନଙ୍କ ରୂପରେ ପୂଜା ପାଉଛନ୍ତି ଅହିଂସାର ପୂଜାରି ମହାତ୍ମା ଗାନ୍ଧୀ । ଘଣ୍ଟଘଣ୍ଟା ବାଜି ବାପୁଜୀଙ୍କ ପୂଜାର୍ଚ୍ଚନା କରାଯାଉଛି । ବ୍ରହ୍ମପୁରର ପ୍ରସିଦ୍ଧ ଉତ୍ତରେଶ୍ୱର ମନ୍ଦିର ପରିସରରେ ପୂଜା ପାଇ ଆସୁଛନ୍ତି ଜାତିର ଜନକ ମହାତ୍ମାଗାନ୍ଧୀ ।

ରେଶମ ସହରରେ ଏମିତି ଏକ ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଜାତିର ପିତା

୧୯୬୦ ମସିହାରୁ ଏଠାକାର ଜଗନ୍ନାଥମନ୍ଦିରର ପାର୍ଶ୍ୱ ଦେବତାଙ୍କ ମଧ୍ୟରେ ବାପୁଙ୍କ ପ୍ରତିମୂର୍ତ୍ତୀ ସ୍ଥାପିତ କରାଯାଇ ଦୈନିକ ପୂଜାର୍ଚ୍ଚନା କରାଯାଏ । ମୁଖ୍ୟତଃ ଗୋସାଇଁ ନୂଆଗାଁ ଜଗନ୍ନାଥ ମନ୍ଦିରରେ ପାର୍ଶ୍ୱଦେବତାଙ୍କ ମଧ୍ୟରେ ପଞ୍ଚ ଦେବତା, ବିମଳା, ହନୁମାନ ନବଗ୍ରହ ଏବଂ ଭାଗବତ ଗାଦି ରହିଥିବା ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ସହ ଗୋଟିଏ ସ୍ଥାନରେ ବାପୁଙ୍କୁ ସମସ୍ତେ ପୂଜା କରିଥାନ୍ତି । ଏଠାରେ ସକାଳ ଆଳତି, ବାଳଭୋଗ ଠାରୁ ଆରମ୍ଭ କରି ମଧ୍ୟାହ୍ନରେ ଅନ୍ନଭୋଗ, ସନ୍ଧ୍ୟା ଆଳତୀ କରାଯାଇ ପହଡ ପକାଯିବା ଭଳି ସମସ୍ତ ପ୍ରକାର ନିତିକାନ୍ତି କରାଯାଇଥାଏ । ବିଶେଷ କରି ଗାନ୍ଧୀଜୟନ୍ତୀ ଓ ବାପୁଙ୍କ ତିରୋଧାନ ଦିବସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।

ଦେଶ ଓ ଜାତି ପାଇଁ ବାପୁଙ୍କ ବଳିଦାନକୁ ମନେପକାଇବା ସହ ସମ୍ମାନଦେବା ଉଦ୍ଦେଶ୍ୟରେ ଏଠାରେ ବାପୁଙ୍କୁ ପାର୍ଶ୍ବ ଦେବତା ହିସାବରେ ପୂଜା କରାଯାଉଛି । ଭକ୍ତିପୂତ ମନରେ ବାପୁଜୀଙ୍କ ପୂଜା କରି ଅତୀତର ଗାଥାକୁ ମନେପକାଇଥାନ୍ତି ଭକ୍ତ । ରୀତିନୀତି ଅନୁଯାୟୀ ବାପୁଙ୍କ ପୂଜାର୍ଚ୍ଚନାକୁ ନେଇ ସହରବାସୀ ଗର୍ବ ଅନୁଭବ କରିବା କଥା କହିଛନ୍ତି । ଏହା ସହରବାସୀଙ୍କ ଦେଶଭକ୍ତିର ଏକ ଜ୍ବଳନ୍ତ ଉଦାହାରଣ ହେବାସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.