ETV Bharat / city

ବ୍ରହ୍ମପୁରରେ କଡାକଡି ରହିବ ଲକଡାଉନ ନିୟମ, ଆବଶ୍ୟକ ପଡିଲେ ୧୦୦କୁ ଲଗାନ୍ତୁ ଫୋନ୍ - ବ୍ରହ୍ମପୁର ଖବର

ଦେଶ ତଥା ରାଜ୍ୟବ୍ୟାପୀ କୋରୋନାର ପ୍ରକୋପ ଜାରି ରହିଥିବାବେଳେ ବ୍ରହ୍ମପୁର ସହରରେ ମଧ୍ୟ ସଂକ୍ରମିତଙ୍କ ସ୍ଥିତି ଅଣାୟତ୍ତ । ଏଭଳି ସଙ୍ଗୀନ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଜିଲ୍ଲାରେ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଲକଡାଉନ ନିୟମକୁ ଜାରି ରଖିଛନ୍ତି । ସରକାରଙ୍କ ଏହି ଘୋଷଣାକୁ ବ୍ରହ୍ମପୁର ସହରରେ କଡାକଡି ଭାବେ ପାଳନ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଅଧିକ ପଢନ୍ତୁ...

Lockdown rules will be strict in Berhampur
ବ୍ରହ୍ମପୁରରେ କଡାକଡି ରହିବ ଲକଡାଉନ ନିୟମ, ଆବଶ୍ୟକ ପଡିଲେ ୧୦୦କୁ ଲଗାନ୍ତୁ ଫୋନ୍
author img

By

Published : Jul 18, 2020, 2:06 PM IST

Updated : Jul 18, 2020, 8:21 PM IST

ବ୍ରହ୍ମପୁର: ଦେଶ ତଥା ରାଜ୍ୟବ୍ୟାପୀ କୋରୋନାର ପ୍ରକୋପ ଜାରି ରହିଥିବାବେଳେ ବ୍ରହ୍ମପୁର ସହରରେ ମଧ୍ୟ ସଂକ୍ରମିତଙ୍କ ସ୍ଥିତି ଅଣାୟତ୍ତ । ବହୁ ବ୍ୟକ୍ତିବିଶେଷ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲାବାସୀ । ଏଭଳି ସଙ୍ଗୀନ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଜିଲ୍ଲାରେ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଲକଡାଉନ ନିୟମକୁ ଜାରି ରଖିଛନ୍ତି । ସରକାରଙ୍କ ଏହି ଘୋଷଣାକୁ ବ୍ରହ୍ମପୁର ସହରରେ କଡାକଡି ଭାବେ ପାଳନ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ବ୍ରହ୍ମପୁରରେ କଡାକଡି ରହିବ ଲକଡାଉନ ନିୟମ, ଆବଶ୍ୟକ ପଡିଲେ ୧୦୦କୁ ଲଗାନ୍ତୁ ଫୋନ୍

ଏହି ଲକଡାଉନ ସମୟରେ ବ୍ରହ୍ମପୁର ସହରରେ ସକାଳ 6ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଛି । ଏପରିକି ଏନେଇ ବଜାରରେ ଭିଡ ନକରିବାକୁ କୁହାଯାଉଥିବା ବେଳେ ମୋଟର ସାଇକେଲ ବ୍ୟବହାର ନକରି ସ୍ଥାନୀୟ ଅଞ୍ଚଳରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିବାକୁ କୁହାଯାଇଛି । ସେହିପରି ବଜାରକୁ ଗଲେ ସାମାଜିକ ଦୂରତ୍ବ ପାଳନ କରିବାକୁ ଆହ୍ବାନ କରାଯିବା ସହ ସହରରେ ରହିଥିବା ସମସ୍ତ ପନିପରିବା ବଜାରକୁ ସମ୍ପୂର୍ଣ୍ଣ ବ୍ୟାରିକେଟିଂ କରାଯାଇଛି । ଯଦ୍ବାରା ସେହି ବଜାରକୁ କେହି ମୋଟର ସାଇକେଲ ନନେଇ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଧିଷ୍ଟ ଗାଡି ପାର୍କିଂ ସ୍ଥଳରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ନିୟମର ଖିଲାପ କଲେ ଯେକୌଣସି ବ୍ୟକ୍ତିବିଶେଷଙ୍କ ଗାଡିକୁ ଜବତ କରାଯିବ ଏବଂ ଆବଶ୍ୟକ ପଡିଲେ ଜୋରିମାନା ମଧ୍ୟ ଆଦାୟ ହେବ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକଡାଉନ୍ ସମୟରେ ଚାଷୀ ଉପକରଣ ଦୋକାନ ଯଥା ବିହନ ଆଦି ବିକ୍ରି କରୁଥିବା ଦୋକାନ ଗୁଡିକ ଖୋଲା ରହିବ । କୌଣସି ଚାଷୀ ଏହାକୁ କ୍ରୟ କରିବାକୁ ବ୍ରହ୍ମପୁର ସହରକୁ ଆସିଲେ ସେମାନଙ୍କ ଭୋଟର କାର୍ଡ କିମ୍ବା ଆଧାର କାର୍ଡକୁ ପୋଲିସ ଅଧିକାରୀଙ୍କୁ ଦେଖାଇ ବଜାର ମଧ୍ୟକୁ ଯାଇପାରିବେ ।

ସେହିପରି ସହରର ପ୍ରମୁଖ 5ଟି ପ୍ରବେଶ ପଥରେ ଚେକ୍ ପଏଣ୍ଟ କରାଯାଇ ୨୪ ଘଣ୍ଟିଆ ପୋଲିସ ଚେକିଂ କରାଯାଉଛି । କୌଣସି ବ୍ୟକ୍ତି ନିଜର ଜରୁରୀ ଆବଶ୍ୟକତା ପାଇଁ 100କୁ ଫୋନ କରି ସହଯୋଗ ନେଇପାରିବେ । ଏହି ଫୋନ ନମ୍ବର ୨୪ ଘଣ୍ଟା ଉପଲବ୍ଧ ଥିବା ଏସପି କହିଛନ୍ତି । ଏପରିକି ଫୋନ୍ କରିଥିବା ବ୍ୟକ୍ତିଙ୍କ ତଥ୍ୟ ସଠିକ୍ ଥିଲେ ତାଙ୍କୁ ଏସଏମଏସ ଜରିଆରେ ପାସ ମଧ୍ୟ ପ୍ରଦାନ କରାଯିବ ।

ଏହି ଅବସରରେ ପାରାମେଡିକାଲ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଏବଂ କୋଭିଡ୍ ଦାୟିତ୍ବରେ ଥିବା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇବାକୁ ଅନୁରୋଧ କରାଯାଇଛି । ତେବେ ଲକଡାଉନ ସମୟରେ ଜାତୀୟ ରାଜପଥରେ ଗାଡି ଚଳାଚଳ ହେବ । ଦିନ ଗୋଟାଏ ମଧ୍ୟରେ ସହରରେ ଅନାବଶ୍ୟକ ଗାଡି ଚଳାଚଳ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଣୁ ସମସ୍ତଙ୍କୁ ଏଥିପାଇଁ ସହଯୋଗ କରିବାକୁ ଏବଂ ମାସ୍କ ପରିଧାନ କରିବା ସହ ଭିଡ ନକରିବା ପାଇଁ ଆହ୍ବାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 18, 2020, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.