ବ୍ରହ୍ମପୁର: କୋରୋନାକୁ ନେଇ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ବ୍ରହ୍ମପୁର ପ୍ରଶାସନ ପକ୍ଷରୁ କୋରୋନା ସତର୍କତା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ସହରର ସମସ୍ତ ପ୍ରମୁଖ ଅଞ୍ଚଳରେ ପୋଲିସ ପକ୍ଷରୁ ସିଲ୍ କରାଯାଇ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ କରାଯାଉଛି। ଜନସାଧାରଣଙ୍କୁ ଘରୁ ବାହାରିବା ନେଇ କଟକଣା ଜାରି କରାଯାଇଛି ।
କେବଳ ବ୍ରହ୍ମପୁର କାହିଁକି ସାରା ଜିଲ୍ଲାରେ ଲକ୍ ଡାଉନ୍ କିଭଳି କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସହର ଉପରେ ପୁରା ନଜର ରଖିଛନ୍ତି । ବ୍ରହ୍ମପୁର ସହରରେ କିଭଳି ରହିଛି ଲକ୍ ଡାଉନ୍ ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ