ବ୍ରହ୍ମପୁର: ସହରରେ ଲକ୍ ଡାଉନକୁ ନେଇ ଦ୍ବିତୀୟ ଦିନରେ ସମସ୍ତ ପ୍ରମୁଖ ରାସ୍ତାକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସହରର ପ୍ରମୁଖ ପଏଣ୍ଟରେ କ୍ୟାମ୍ପ କରି ସହର ମଧ୍ୟକୁ କିମ୍ବା ସହରରୁ ବାହାରକୁ ଛଡା ଯାଉନାହିଁ ।
ଏପରିକି ମଙ୍ଗଳବାରଠାରୁ କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଛାଡି ଦେଲେ ଅନ୍ୟ କେହି ଗାଡି ଚଲାଇ ଯାଇପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପୋଲିସ ଏବଂ ସରକାରୀ କର୍ମଚାରୀ ଏନେଇ ମୁଖ୍ୟ ରାସ୍ତା ଉପରେ ଧାଡିରେ ଠିଆ ହୋଇ ବାହାରକୁ ବାହାରୁଥିବା ଜନସାଧାରଣ ନିଜ ଘରେ ରହିବାକୁ ସଚେତନତା କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ