ETV Bharat / city

ମିଶରୀୟ ଶାଗୁଣାଙ୍କ ସୁରକ୍ଷା ଦାବି କଲା ଆଞ୍ଚଳିକ ବିକାଶ ପରିଷଦ

author img

By

Published : Sep 4, 2022, 7:49 AM IST

ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ପାଲୁର ହିଲ ନିକଟରେ ଦେଖାଯାଉଥିବା ବିରଳ ଇଜିପ୍ଟିଆନ (ମିଶରୀୟ) ଶାଗୁଣାର ସୁରକ୍ଷା ପାଇଁ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛି ଆଞ୍ଚଳିକ ବିକାଶ ପରିଷଦ । ଉକ୍ତ ଅଞ୍ଚଳକୁ ଶାଗୁଣା ସୁରକ୍ଷା ଜୋନ୍ ଭାବରେ ଘୋଷଣା କରିବା ସହିତ ଏମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧି ଉପରେ ଗୁରୁତ୍ବ ଦେବାକୁ ଦାବି କରିଛି ସଙ୍ଗଠନ । ଅଧିକ ପଢ଼ନ୍ତୁ

ମିଶରୀୟ ଶାଗୁଣା ସୁରକ୍ଷା ଦାବି କଲା ଆଞ୍ଚଳିକ ବିକାଶ ପରିଷଦ

ବ୍ରହ୍ମପୁର: ଗଞ୍ଜାମରେ ଦେଖାଯାଉଥିବା ବିରଳ ଇଜିପ୍ଟିଆନ (ମିଶରୀୟ) ଶାଗୁଣାର ସୁରକ୍ଷା ପାଇଁ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛି ଆଞ୍ଚଳିକ ବିକାଶ ପରିଷଦ । ପ୍ରତିବର୍ଷ ସେପ୍ଟେମ୍ବର ମାସର ପ୍ରଥମ ଶନିବାର ବିଶ୍ବ ଶାଗୁଣା ସୁରକ୍ଷା ସଚେତନତା ଦିବସ ପାଳନ ଭାବେ କରାଯାଉଥିବା ବେଳେ ଏହି ଅବସରରେ ବିକାଶ ପରିଷଦର କର୍ମକର୍ତ୍ତା ମାନେ ବିଲୁପ୍ତ ହେବାକୁ ଯାଉଥିବା ଶାଗୁଣାର ସୁରକ୍ଷା ନିମନ୍ତେ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମୁଖ୍ୟତଃ ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ପାଲୁର ହିଲ ନିକଟରେ ଏହି ବିରଳ ଇଜିପ୍ଟିଆନ ଶାଗୁଣା ଦେଖାଯାଇଥାନ୍ତି । ତେବେ ଏମାନଙ୍କ ସୁରକ୍ଷା ପାଇଁ ପକ୍ଷୀ ଓ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରି ଆସୁଥିବା ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଏହାର ନିକଟବର୍ତ୍ତୀ ଗ୍ରାମର ଜନସାଧାରଣଙ୍କୁ ସଚେତନତା କରାଯାଇଛି । ଏଭଳି ସମୟରେ ବିରଳ ଇଜିପ୍ଟିଆନ ଶାଗୁଣାର ସରକାରୀ ସ୍ତରରେ ସୁରକ୍ଷା ପାଇଁ ସଂଙ୍ଗଠନ ତରଫରୁ ଆଲୋଚନା କରାଯାଇଛି । ଗଞ୍ଜାମ ଜିଲ୍ଲାର ଚିକିଟି ବନାଞ୍ଚଳରେ ଗତ ୨୦୧୩ ମସିହାରେ ଗୋଟିଏ ମିଶରୀୟ ଶାଗୁଣା ଦେଖିବାକୁ ମିଳିଥିଲା । ତେବେ ଗତ ଦୁଇ ବର୍ଷ ତଳେ ଏହି ସଂଖ୍ୟା ବୃଦ୍ଧି ପାଇ ୩ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପାଲୁର ହିଲ ନିକଟରେ ୨୦ରୁ ଊର୍ଦ୍ଧ୍ବ ଶାଗୁଣା ଦେଖାଯାଇଛନ୍ତି ।

ତେବେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ଶିବରାମ ପାଣିଗ୍ରାହୀ, ବନମାଳି ପ୍ରଧାନ ଏବଂ ବିଜେନ୍ଦ୍ର ମାଝିଙ୍କ ସମେତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶାଗୁଣା ଦେଖାଯାଉଥିବା ଉକ୍ତ ଅଞ୍ଚଳକୁ ବନ ବିଭାଗ ପକ୍ଷରୁ ଶାଗୁଣା ସୁରକ୍ଷା ଜୋନ୍ ଭାବରେ ଘୋଷଣା କରାଯିବା ପାଇଁ ଦାବି କରିଥିଲେ । ଉକ୍ତ ଅଞ୍ଚଳରେ ଗାଈ ଗୋରୁ ମାନଙ୍କୁ ଦିଆଯାଉଥିବା ଡାଇକ୍ଲୋଫେନାକ୍ ଇଞ୍ଜେକସନ୍ ନଦବା ପାଇଁ ପଶୁ ଚିକିତ୍ସକଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଶାଗୁଣାଙ୍କ ବଂଶ ବୃଦ୍ଧି ପାଇଁ ବନ ବିଭାଗ ଓ ପଶୁପ୍ରେମୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ପାଇଁ ଦାବିପତ୍ରରେ ଦର୍ଶାଇଥିଲେ । ଆର.ସି.ସି.ଏଫଙ୍କ ଜରିଆରେ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ବନ ସଂରକ୍ଷକଙ୍କ ନିକଟକୁ ଏହି ଦାବିପତ୍ର ପଠାଯାଇଛି । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ବନ ବିଭାଗ ନିକଟରେ ତଥ୍ୟ ପ୍ରଦାନ କରାଯିବା ପରେ ଏହାକୁ ନେଇ ଖୁବଶୀଘ୍ର ଏକ ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଅନୁଧ୍ୟାନ କରିବେ ବୋଲି ଜଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.