ETV Bharat / city

ଓକିଲ ସଂଘର ନିର୍ବାଚନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ନଅ ଜଣ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 7, 2021, 11:05 AM IST

Updated : Mar 7, 2021, 6:10 PM IST

ନାମାଙ୍କନ ପତ୍ର ଦାଖଲ
ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ନଅ ଜଣ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୋର୍ଟରେ କାର୍ଯ୍ୟରତ ଥିବା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ରାଜ୍ୟ ବାର୍‌ କାଉନସିଲ ନିର୍ଦ୍ଦେଶ ପ୍ରକାରେ କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟକ୍ରମ ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ନଅ ଜଣ ସଦସ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସଭାପତି ପଦ ପାଇଁ ପରେଶ ଚନ୍ଦ୍ର ରଥ ଏବଂ ଅଶେଷ ନାଥ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ପାଇଁ ଗଜାନନ ତ୍ରିପାଠୀ ଏବଂ ରାମକୃଷ୍ଣ ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ସହିତ ସଂପାଦକ ପଦ ପାଇଁ ବିଜୟ କୁମାର ପ୍ରଧାନ ଏବଂ ଗିରିଜା ନନ୍ଦନ ମେକପ ଓ ମନୋରଞ୍ଜନ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସହସଂପାଦକ ପଦ ପାଇଁ ରବିଚନ୍ଦ୍ର ଗୌଡ଼ ଏବଂ ପ୍ରହଲ୍ଲାଦ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି ।

ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ସଦସ୍ୟମାନଙ୍କ ମଧ୍ୟରେ ନିର୍ବାଚନ ଉଷ୍ମତା ଦେଖାଦେଇଛି । ସମସ୍ତ ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୮ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 7, 2021, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.