ETV Bharat / city

ବିଦେଶରେ ଚାକିରି କରାଇବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

author img

By

Published : Aug 28, 2021, 9:55 AM IST

ବିଦେଶରେ ଚାକିରି କରାଇବା କହି ଲକ୍ଷାଧିକ ଟଙ୍କା ଠକିନେଲା ଏରାଉଣ୍ଡ ଦି ୱାର୍ଲ ଟ୍ରାଭେଲ ଏଜେନ୍ସି । ଅଧିକ ପଢନ୍ତୁ...

ବିଦେଶରେ ଚାକିରୀ କରାଇବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ବ୍ରହ୍ମପୁର: ଚାକିରି ଦେବା ନାଁରେ ଠକେଇ । ବିଦେଶରେ ଚାକିରି କରାଇବା କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ହିଞ୍ଜିଳିକାଟୁ ପଟଣା ସାହିରେ ଏକ ଭଡା ଘରେ ଚାଲିଥିବା ଏରାଉଣ୍ଡ ଦି ୱାର୍ଲ ଟ୍ରାଭେଲ ଏଜେନ୍ସି ନାମରେ ଆସିଛି ଏହି ସାଙ୍ଗାତିକ ଅଭିଯୋଗ । ଜିଲ୍ଲାରେ ଏକ ସଂସ୍ଥା କରି ବିଦେଶରେ ଲୋଭନୀୟ ଦରମା କରାଇ ଦେବାର ପ୍ରତିଶ୍ରୁତି ଦେଇ ଏହି ସଂସ୍ଥା ଠକେଇ କରିଥିବା ଅଭିଯୋଗ ହୋଇଛି।

ଚାକିରି କରାଇବା ଆଳରେ ବହୁ ବେରୋଜଗାର ଯୁବକ ଓ ଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ଠକି ଫେରାର ମାରିଥିବା ବେଳେ ଏବେ ଠକାମୀର ଶିକାର ହୋଇଥିବା ବହୁ ଯୁବକଙ୍କ ଆଶା ନିରାଶାରେ ପରିଣତ ହୋଇଛି । ଇତି ମଧ୍ୟରେ ହଜାର ହଜାର ଟଙ୍କା ହରାଇବା ସହ ବିଭିନ୍ନ ବ୍ୟକ୍ତିଙ୍କ ସମସ୍ତ ପ୍ରମାଣପତ୍ର ଧରି ଛୁ ମାରିଛି ସଂପୃକ୍ତ ସଂସ୍ଥା । ପ୍ରାୟ ଏକ ମାସ ହେବ ଏଭଳି ଏଜେନ୍ସି ଖୋଲି ସ୍ଥାନୀୟ କିଛି ବ୍ୟକ୍ତି ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ବିଦେଶରେ ଉଚ୍ଚ ଦରମାରେ କାମ କରାଇବା ନିମନ୍ତେ ଲୋଭନୀୟ ପ୍ରଚାର କରିଥିଲେ । ଯାହାକି ବିଭିନ୍ନ ଯୁବକ ଓ ଯୁବତୀ ବିଦେଶରେ ଉଚ୍ଚ ଦରମାରେ ନିଯୁକ୍ତି ପାଇଁ ଆଶାରେ ପାସପୋର୍ଟ, ଭିସା ଓ ଉଡ଼ାଜାହାଜ ଗସ୍ତ ଖର୍ଚ୍ଚ ବାବଦକୁ ମୁଣ୍ଡ ପିଛା ୨୦ ରୁ ୫୦ ହଜାର ଟଙ୍କା ଉକ୍ତ ସଂସ୍ଥା ସଂଗ୍ରହ କରିଥିଲା ।

ଏକ ୧୦ ଟଙ୍କିଆ ନନ୍ ଜୁଡ଼ିସିଆଲ ଷ୍ଟାମ୍ପ ପେପରରେ ସଂସ୍ଥାର ମୁଖ୍ୟ କୁହାଯାଉଥିବା ରାକେଶ କୁମାର ପଣ୍ଡା ଲୋକଙ୍କୁ ଚାକିରି ଦେବା , ବିଦେଶରେ ଫସିବା କିମ୍ବା ୯ ମାସ ପୂର୍ବରୁ ଫେରିବା ଦାବି କଲେ ସେ ଏହାର ରିସ୍କ ନେବା ସହ ଟଙ୍କା ଫେରସ୍ତ କରିବା ନେଇ ଏହି ପେପରରେ ଲିଖିତ ଭାବେ ଦେଇଛନ୍ତି । ଚଳିତ ମାସ ୩୧ ସୁଦ୍ଧା ଯୁବକଯୁବତୀଙ୍କୁ ବିଦେଶକୁ ପଠାଇବାକୁ ସଂସ୍ଥା ମୁଖ୍ୟ ପ୍ରତିଶୃତି ଦେଇଥିବା ବେଳେ ଏବେ ସଂସ୍ଥା ଠକିଥିବା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବହୁ ବ୍ୟକ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.