ବ୍ରହ୍ମପୁର: କୂଅ ପୁନରୁଦ୍ଧାର ହେଲା କାଳ । ଶ୍ବାସରୁଦ୍ଧ ହୋଇ ଶ୍ରମିକ ମୃତ । ଏଭଳି ଘଟଣା ଘଟିଛି ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମରେ । ମୃତ ଶ୍ରମିକଙ୍କ ଜଣଙ୍କ ହେଲେ ନାରାୟଣ ଦଳେଇଙ୍କ ସାନପୁଅ ପ୍ରଶାନ୍ତ ଦଳେଇ । ସାବୁଳିଆ ପଞ୍ଚାୟତର ଜି.ଗଣ୍ଡାପଲ୍ଲୀ ନିକଟସ୍ଥ ଶାନ୍ତିନଗରର ବିପ୍ର ଚରଣ ସାହୁଙ୍କ ଘର ପାଖରେ ଥିବା କୂଅକୁ ସଫା କରିବାକୁ ଯାଇ ଘଟିଛି ଏହି ଘଟଣା ।
ପୁନରୁଦ୍ଧାର କାର୍ଯ୍ୟଚାଲିଥିବା ବେଳେ ପ୍ରଶାନ୍ତ ଶ୍ବାସରୁଦ୍ଧ ହୋଇଯିବାରୁ ଚିତ୍କାର କରିଥିଲେ। । ସେଠାରେ ବୁଲୁଥିବା ଉକ୍ତ ଗ୍ରାମର କିଛି ଯୁବକ ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ଖଲ୍ଲିକୋଟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଯୁବକଙ୍କ ମା ରମ୍ଭା ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ମାମଲା ରୁଜୁ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ