ETV Bharat / city

ଦୁଃଖ ବଢାଉଛି ଦାଦନ ମୃତ୍ୟୁ, ଦୁବାଇରୁ ଆସିଲା ଓଡିଆ ଶ୍ରମିକଙ୍କ ମୃତଦେହ - ଦାଦନ ଶ୍ରମିକ

ଟଙ୍କା ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଓଡିଆ ପୁଅ। ହେଲେ କିଛିଦିନ ପରେ ଟଙ୍କା ଆସୁନାହିଁ କି ସେ ଦାଦନ ଶ୍ରମିକ ଫେରୁନାହିଁ। ବରଂ ଗାଁ ମାଟିକୁ ତାର ମୃତଦେହ ଆସୁଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର
author img

By

Published : Aug 23, 2019, 2:40 AM IST

ବ୍ରହ୍ମପୁର: ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଦାଦନ ଦୁଃଖ କାହାଣୀ । ଦାଦନ ଖଟିବାକୁ ବାହାରକୁ ଯାଉଥିବା ଶ୍ରମିକଙ୍କ ମୃତଦେହ ଓଡିଶାକୁ ଫେରୁଛି । ଆଉ ଦୁଃଖରେ ଜର୍ଜରିତ ହେଉଛି ପରିବାର । ନିକଟରେ ସେହିପରି ଆଉ ଜଣେ ଓଡିଆ ଦାଦନ ଶ୍ରମିକଙ୍କ ମୃତଦେହ ନିଜ ଗ୍ରାମକୁ ଫେରିଛି ।

ସୂଚନାଯୋଗ୍ୟ ଯେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମପଞ୍ଚାୟତର କୈଠଡ ଗ୍ରାମର ଶ୍ରମିକ ଜୟ ଦଳେଇ ଦୁବାଇରେ କାମ କରୁଥିଲେ । ଅଧିକ ରୋଜଗାର କରିବା ପାଇଁ ୧୮ ମାସ ପୂର୍ବରୁ ସେ ଦୁବାଇ ଯାଇଥିଲେ । ହେଲେ କୌଣସି କାରଣରୁ ସେଠାରେ ଗତ ୧୬ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ସେ କାମ କରୁଥିବା କମ୍ପାନୀର କର୍ତ୍ତୁପକ୍ଷ ପରିବାରକୁ ଫୋନ କରି ଏହି କଥା ଜଣାଇଥିଲେ । ଏହାପରେ ଜୟଙ୍କ ମୃତଦେହ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଶେଷରେ ସାତ ଦିନ ପରେ ମୃତଦେହ ଗ୍ରାମରେ ପହଞ୍ଚିଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ରାଜ୍ୟ ଶ୍ରମ କମିଶନର ମୁଖ୍ୟ ଭୂମିକା ନେଇଥିଲେ ।

ଓଡିଆ ଦାଦନ ଶ୍ରମିକ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହାକୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଯାଇଥିଲା । ଏଥିରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୁର୍ଯ୍ୟମଣି ବୈଦ୍ୟ ଓ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ସହଯୋଗ କରିଥିଲେ । ତେବେ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ମର ଶରୀର ନିକଟରେ ବହୁ ବ୍ୟକ୍ତିବିଶେଷ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ରେଡକ୍ରସରୁ 20 ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଜୟଙ୍କ ମୃତ୍ୟୁ ପରେ ପତ୍ନୀ ହୀରା ଦଳେଇ ଓ ଦୁଇ ପୁଅ ଏବଂ ଦୁଇ ଝିଅ ଏକ ପ୍ରକାର ବେସାହାରା ହୋଇପଡିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ ନିଜ ଗ୍ରାମକୁ ଫେରିଛି । ଦୁବାଇରେ କାର୍ଯ୍ୟରତ ଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମପଞ୍ଚାୟତର କୈଠଡ ଗ୍ରାମର ଶ୍ରମିକ ଜୟ ଦଳେଇ ଅଧିକ ରୋଜଗାର କରିବା ପାଇଁ ଗତ ୧୮ ମାସ ପୁର୍ବରୁ ଦୁବାଇ ଯାଇଥିଲେ । ହେଲେ କୌଣସି କାରଣରୁ ସେଠାରେ ଗତ ୧୬ତାରିଖ ଦିନ ଜୟ ଦଳେଇଙ୍କ ମୃତ୍ୟୁ ଘଟିଥିଲା । ଦୁବାଇରେ ମୃତ୍ୟୁ ହୋଇଥିବା ନେଇ ସେ କାମ କରୁଥିବା କମ୍ପାନୀ କର୍ତ୍ତୁପକ୍ଷ ଫୋନ କରି ଜଣାଇବା ପରେ ଜିଲା ପ୍ରଶାସନର ଉଦ୍ୟମ କରାଯାଇ ଗତ ସାତ ଦିନ ପରେ ମୃତଦେହ ଗ୍ରାମରେ ପହଞ୍ଚିଛି। ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ରାଜ୍ୟ ଶ୍ରମ କମିଶନରଙ୍କ ଉଦ୍ୟମ ପରେ ଓଡ଼ିଆ ଦାଦନ ଶ୍ରମିକ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହାକୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୁର୍ଯ୍ୟମଣି ବୈଦ୍ୟ ଓ ଜ଼ିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ଙ୍କ ଉପସ୍ଥିତିରେ ଏକ ଆମ୍ୱୁଲେନ୍ସ ଯୋଗେ ଅଣାଯାଇଥିଲା ନିଜ ଗ୍ରାମକୁ । ମରଶରୀର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହେବା ମର ଶରୀର ନିକଟରେ ବହୁ ବ୍ୟକ୍ତିବିଶେଷ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବା ବେଳେ ଶ୍ରମିକ ଙ୍କ ମୃତ୍ୟୁ ପରେ ପତ୍ନୀ ହାରା ଦଳେଇ ଓ ଦୁଇ ପୁଅ, ଦୁଇ ଝିଅ ଏକ ପ୍ରକାର ବେସାହାରା ହୋଇପଡ଼ିଛନ୍ତି।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ସମୀର ଆଚାର୍ଯ୍ୟ ଇଟିଭି ଭାରତ....Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.