ETV Bharat / city

ଦେଶର ଚତୁର୍ଥ ରାଷ୍ଟ୍ରପତି ଭିଭିଗିରି: ବ୍ରହ୍ମପୁର ବାସଭବନରେ ପଢୁଛନ୍ତି ଛାତ୍ରଛାତ୍ରୀ, ମନେ ପକାନ୍ତି ବନ୍ଧୁ-ପରିଜନ - ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି

ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବରେ ଆସନ ଅଳଙ୍କୃତ କରିଥିଲେ ବ୍ରହ୍ମପୁରର ଭି.ଭି.ଗିରି । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ସେ ଦେଶର ସବୁଠାରୁ ବଡ ସାମ୍ୱିଧାନିକ ପଦକୁ ଅଳଙ୍କୃତ କରିବା ସହ ୧୯୬୯ ମସିହା ଠାରୁ ୧୯୭୪ ପର୍ଯ୍ୟନ୍ତ ଦେଶର ରାଷ୍ଟପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଅଧିକ ପଢନ୍ତୁ

ଦେଶର ଚତୁର୍ଥ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ ବ୍ରହ୍ମପୁରର ଭି.ଭି.ଗିରି

author img

By

Published : Jul 3, 2022, 9:02 PM IST

ବ୍ରହ୍ମପୁର: ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବରେ ଆସନ ଅଳଙ୍କୃତ କରିଥିଲେ ବ୍ରହ୍ମପୁରର ଭି.ଭି.ଗିରି । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ସେ ଦେଶର ସବୁଠାରୁ ବଡ ସାମ୍ୱିଧାନିକ ପଦକୁ ଅଳଙ୍କୃତ କରିବା ସହ ୧୯୬୯ ମସିହା ଠାରୁ ୧୯୭୪ ପର୍ଯ୍ୟନ୍ତ ଦେଶର ରାଷ୍ଟପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଭାରତର ୧୫ତମ ରାଷ୍ଟ୍ରପତି ପଦ ନିମନ୍ତେ ଓଡିଶାରୁ ଦୌପଦୀ ମୁର୍ମୁ ଏନଡିଏରୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବ୍ରହ୍ମପୁରର ଭି.ଭି.ଗିରି । ଦେଖିବା ଇଟିଭି ଭାରତର ସ୍ୱତନ୍ତ୍ର ରିପୋର୍ଟ....

ବ୍ରହ୍ମପୁରର ଭି.ଭି.ଗିରି । ପୁରା ନାମ ବରାହଗିରି ଭେଙ୍କଟଗିରି । ୧୮୯୪ ମସିହା ଅଗଷ୍ଟ ମାସର ୧୦ ତାରିଖରେ ବ୍ରହ୍ମପୁର ସହରର ଏକ ଜମିଦାର ପରିବାରରେ ହୋଇଥିଲା ତାଙ୍କର ଜନ୍ମ । ବାପା ଜୋଗେୟା ପାନ୍ତୁଲୁ ଜଣେ ଆଇନଜୀବୀ ଥିଲେ । ଆଇନଜୀବୀ ଭାବରେ ଯେତିକି ପରିଚିତ ତା ଠାରୁ ଅଧିକ ପରିଚିତ ଥିଲେ କଂଗ୍ରେସ ଦଳର ବରିଷ୍ଠ ନେତା ଭାବରେ । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ସେ ଦେଶର ସବୁଠାରୁ ବଡ ସାମ୍ୱିଧାନିକ ପଦକୁ ଅଳଙ୍କୃତ କରିବାରେ ସକ୍ଷମ ହୋଇଥିଲେ । ଯାହାକି ୧୯୬୯ ମସିହା ଠାରୁ ୧୯୭୪ ପର୍ଯ୍ୟନ୍ତ ଦେଶର ରାଷ୍ଟପତି ଭାବରେ ଦାୟିତ୍ୱ ନିର୍ବାହ କରି ଆସିଥିଲେ । ଦେଶର ତୃତୀୟ ରାଷ୍ଟ୍ରପତି ଡା.ଜାକିର ହୁସେନ୍ ଙ୍କ ଦେହାନ୍ତ ପରେ ସେହି ସମୟରେ ଉପରାଷ୍ଟ୍ରପତି ଭାବରେ ରହିଥିବା ଭି.ଭି.ଗିରି ପ୍ରଥମେ କିଛି ଦିନ ପାଇଁ ଏହି ଦାୟିତ୍ୱ ନିର୍ବାହ କରିଥିଲେ । ପରେ ଦେଶର ଚତୁର୍ଥ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ। ଯାହାକୁ ନେଇ ଆଜି ବି ମନେପକାନ୍ତି ତାଙ୍କ ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ସହରବାସୀ । ବର୍ତ୍ତମାନ ଦେଶର ୧୫ ତମ ରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ପଦ ପାଇଁ ଏନ୍.ଡି.ଏ ରୁ ଓଡିଶାର ମହିଳା ପ୍ରାର୍ଥୀ ଦୌପଦୀ ମୁର୍ମୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦେଶର ସର୍ବୋଚ୍ଚ ପଦବୀରେ ଜଣେ ଓଡିଆ ମହିଳା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା । ସେପଟେ ଏଭଳି ସମୟରେ ମନେପଡେ ବ୍ରହ୍ମପୁରର ଭି.ଭି.ଗିରିଙ୍କ ସେହି ପୁରୁଣା ସ୍ମୃତି ।

ଦେଶର ଚତୁର୍ଥ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ ବ୍ରହ୍ମପୁରର ଭି.ଭି.ଗିରି

ଭି.ଭି.ଗିରିଙ୍କ ପିଲା ଦିନ ବ୍ରହ୍ମପୁର ସହରରେ କଟିଥିଲା । ବ୍ରହ୍ମପୁରର ବିଜିପୁର ଛକ ନିକଟରେ ରହିଥିବା ବାପଟିଷ୍ଟ ଚର୍ଚ୍ଚ ୟୁ.ପି ସ୍କୁଲରେ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିବା ସହିତ ଖଲ୍ଲିକୋଟ କଲେଜିଏଟ୍ ସ୍କୁଲରୁ ମ୍ୟାଟ୍ରିକ ଏବଂ ଖଲ୍ଲିକୋଟ କଲେଜରୁ ଏଫ୍.ଏ ଶିକ୍ଷା ଗ୍ରହଣ କରିବା ପରେ ଉଚ୍ଚଶିକ୍ଷା ଲାଭ ପାଇଁ ସେ ଇଂଲଣ୍ଡ ଯାଇଥିଲେ । ଏହା ପରେ ସେ ଶ୍ରମିକ ଆନ୍ଦୋଳନରେ ଯୋଗ ଦେଇ ଖୁବ୍ ଚର୍ଚ୍ଚିତ ହୋଇଥିଲେ । ପରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନିକଟରେ ଯାଇ ସାକ୍ଷାତ କରନ୍ତି । ୧୯୨୧ ମସିହାରେ ବାପୁଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତ ସମୟରେ ଭି.ଭି.ଗିରି ସ୍ୱାଧିନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଲବଣ ସତ୍ୟାଗ୍ରହ ଠାରୁ ଆରମ୍ଭ କରି ସ୍ୱାଧିନତା ଆନ୍ଦୋଳନ ସମୟରେ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ସମସ୍ତ ସଭା ଓ ସମିତି ଭଳି ପ୍ରମୁଖ କାର୍ଯ୍ୟକ୍ରମରେ ଭି.ଭି.ଗିରିଙ୍କ ରହୁଥିଲା ପ୍ରମୁଖ ନେତୃତ୍ୱ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଲୋକସଭାକୁ ନିର୍ବାଚିତ ହେବା ସହ କେନ୍ର୍ ଶ୍ରମ ମନ୍ତ୍ରୀ ଭାବରେ କାର୍ଯ୍ୟ ନିର୍ବାହ କରିଥିବା ଜଣାଯାଏ । ପରେ ତାଙ୍କୁ ୧୯୭୫ ମସିହାରେ ଭାରତରତ୍ନ ଉପାଧି ପ୍ରଦାନ କରାଯାଇଥିଲା ।

ସ୍ୱର୍ଗତ ଭି.ଭି.ଗିରିଙ୍କ ବ୍ରହ୍ମପୁରରେ ରହିଥିବା ବାସଭବନକୁ ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଭାବେ ପ୍ରତିଷ୍ଠା କରାଯାଇଛି । ବିଦ୍ୟାଳୟ ମଧ୍ୟରେ ରହିଛି ତାଙ୍କ ପରିବାରର ସେହି ପୁରୁଣା ସ୍ମୃତିଚିହ୍ନ । ପୁରୁଣା ଅଟ୍ଟାଳିକାରେ ରହିଛି କାଠର ସିଢି ସାଙ୍ଗକୁ ପୁରାତନ ପୋଟିକ ଏବଂ ଆହୁରି ଅନେକ କିଛି ଏବେବି ବିଦ୍ୟାଳୟ ମଧ୍ୟରେ ରହିଛି । ଯାହାକୁ ନେଇ ଗର୍ବ କରନ୍ତି ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀ ମାନେ । ହେଲେ ସେ ପଢୁଥିବା ଖଲିକୋଟ କଲେଜରେ ତାଙ୍କର କୌଣସି ସ୍ମୃତି ନାହିଁ । ଦେଶର ପ୍ରଥମ ନାଗରିକ ଭାବେ ତାଙ୍କୁ ନେଇ ଓଡିଶା ଗର୍ବ କରେ । ତାଙ୍କ ସ୍ମୃତି ବ୍ରହ୍ମପୁର ଏକ ସଂଗ୍ରହାଳୟ ସ୍ଥାପନ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.