ETV Bharat / city

ଡକାୟତି ଉଦ୍ୟମ ପଣ୍ଡ, ଧରାପଡିଲେ ୫ ଡକାୟତ

ଖଲ୍ଲିକୋଟ ଥାନା ପୋଲିସକୁ ସଫଳତା । ଡକାୟତି ପାଇଁ ଯୋଜନା ବେଳେ ପାଞ୍ଚ ଜଣିଆ ଅପରାଧୀ ଗ୍ୟାଙ୍ଗକୁ ବାନ୍ଧିଲା ଖଲ୍ଲିକୋଟ ଥାନା ପୋଲିସ । ଅଧିକ ପଢନ୍ତୁ

ଡକାୟତି ଉଦ୍ୟମ ପଣ୍ଡ, ଧରାପଡିଲେ ୫ ଜଣିଆ ଡକାୟତ ଦଳ

author img

By

Published : Jun 29, 2022, 9:43 AM IST

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ପୋଲିସକୁ ସଫଳତା । ଡକାୟତି ପାଇଁ ଯୋଜନା ବେଳେ ପାଞ୍ଚ ଜଣିଆ ଅପରାଧୀ ଗ୍ୟାଙ୍ଗକୁ ବାନ୍ଧିଲା ଖଲ୍ଲିକୋଟ ଥାନା ପୋଲିସ । ଏହାସହ ୫ଟି ମାଉଜର, ଗୋଟିଏ ପିସ୍ତଲ, ୮ଟି କ୍ୟାଟେରିଜ୍ ସମେତ ୧୩ ଗୋଟି ଜୀବନ୍ତ ଗୁଳି ଏବଂ ୫ଟି ବୋମା ଜବତ କରିଛି ପୋଲିସ।

ଡକାୟତି ଉଦ୍ୟମ ପଣ୍ଡ, ଧରାପଡିଲେ ୫ ଜଣିଆ ଡକାୟତ ଦଳ

ସୂଚନାଅନୁସାରେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ନିକଟସ୍ଥ ଜଙ୍ଗଲରେ ଏଭଳି ଯୋଜନା କରୁଥିବା ବେଳେ ପୋଲିସ ଟିମ୍ ଚଢାଉ କରିଥିଲା । ଗିରଫ ପାଞ୍ଚ ଜଣଙ୍କ ମଧ୍ୟରେ ଦୁଇ ଜଣଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୋଦଳା ଥାନା ଅଞ୍ଚଳ ସାଙ୍କୁଡା ଗ୍ରାମର ମହେଶ୍ବର ସାହୁ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ ପାଟଣାର ସୁବିର କୁମାର ହୋତା ଓରଫ ସିଲୁ, କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମର ରାମ ଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଆସଉରା ଗ୍ରାମର ଦିଲ୍ଲୀପ ପଲାଇ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ମନୋଜ ସ୍ବାଇଁ ।

ଅନ୍ୟପଟେ କବିସୂର୍ଯ୍ୟନଗର ଥାନା ଅଞ୍ଚଳର ଦିଲ୍ଲୀପ ପଲାଇ ଓ ଖଲ୍ଲିକୋଟ ଥାନା ଅଞ୍ଚଳର ମନୋଜ ସ୍ବାଇଁଙ୍କ ନାମରେ ବହୁ ମାମଲା ରହିଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ କେଉଁଠୁ ବେଆଇନ ବନ୍ଧୁକ ଆଣିଲେ ସେନେଇ ତଦନ୍ତ କରୁଛି ଖଲ୍ଲିକୋଟ ଥାନା ପୋଲିସ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.