ବ୍ରହ୍ମପୁର: କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ବ୍ରହ୍ମପୁର ସହର ସମେତ ଆଖପାଖରେ ରହିଥିବା ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ ଲାଗି ରହିଛି । ସହରର ନୀଳକଣ୍ଠେଶ୍ବର, ବୈଦ୍ୟନାଥଶ୍ବର, କୋର୍ଟପେଟା ଠାରୁ ଆରମ୍ଭ କରି ଉପକଣ୍ଠରେ ରହିଥିବା ବିଭିନ୍ନ ପ୍ରସିଦ୍ଧ ଶୈବ ପୀଠରେ ଏହି ଅବସରରେ ଦିନ ତମାମ ଲାଗିରହିଛି ଭକ୍ତଙ୍କ ଭିଡ ।
ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତମାନେ ଆସି ଏହି ଶୈବପୀଠ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସହରର ପୁରାତନ କପିଳେଶ୍ବର ଶିବ ମନ୍ଦିର ଭଳି ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି ।
ଭକ୍ତଙ୍କ ଭିଡ ଦୃଷ୍ଟିରୁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଏପରିକି ସନ୍ଧ୍ୟା ଆଳତୀ ପାଇଁ ମଧ୍ୟ ଅନେକ ବ୍ୟବସ୍ଥା କରାଯାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ