ETV Bharat / city

ଛିନ୍ନମସ୍ତା ମନ୍ଦିରରୁ ଚୋରି, ମା'ଙ୍କ ମୁକୁଟ ଓ ଜିଭ ନେଇଗଲେ ଚୋର - ଗଞ୍ଜାମର ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ରୂପା ମୁକୁଟ

ଗଞ୍ଜାମ ମା' ଛିନ୍ନମସ୍ତା ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ରୂପା ମୁକୁଟ ଓ ଜିଭ, ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଛିନ୍ନମସ୍ତl ମନ୍ଦିରରୁ ଚୋରି, ମା'ଙ୍କ ମୁକୁଟ ଜିଭ ନେଇଗଲେ ଚୋର

author img

By

Published : Aug 9, 2022, 7:45 AM IST

ବ୍ରହ୍ମପୁର: ଠାକୁରଙ୍କୁ ବି ଛାଡିଲେନାହିଁ, ଗଞ୍ଜାମ ମା' ଛିନ୍ନମସ୍ତା ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ଅଳଙ୍କାର । ମା'ଙ୍କ ତିନୋଟି ରୂପା ମୁକୁଟ ଓ ଜିଭ ଚୋରି କରି ଚମ୍ପଟ ମାରିଲେ ଚୋର । ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଆଠଗଡପାଟଣା ନିକଟରେ ଏହି ମନ୍ଦିର ରହିଥିବାବେଳେ ରବିବାର ମଧ୍ୟରାତ୍ରିରେ ଚୋରି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପୂଜା ସାରି ଘରକୁ ଫେରିଥିଲେ ପୂଜକ ।

ଛିନ୍ନମସ୍ତl ମନ୍ଦିରରୁ ଚୋରି, ମା'ଙ୍କ ମୁକୁଟ ଜିଭ ନେଇଗଲେ ଚୋର

ଏହାପରେ ସକାଳ ସମୟରେ ପୂଜା କରିବା ପାଇଁ ମନ୍ଦିର ତାଲା ଖୋଲିବା ପରେ ମା'ଙ୍କ ତିନୋଟି ରୂପା ମୁକୁଟ ଓ ଜିଭ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ କାର୍ଯ୍ୟାଳୟରେ ମଧ୍ୟ ତାଲା ଭାଙ୍ଗିଥିବା ଦେଖି ମନ୍ଦିରରୁ ବାରମ୍ବାର ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ ମନ୍ଦିର ପୂଜକ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.