ETV Bharat / city

ଏସିଆ ବୁକ ଅଫ ରେକର୍ଡରେ ‘ବୃହତ୍ତ ଗିଟାର’, ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Aug 21, 2019, 6:30 PM IST

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ବ୍ରହ୍ମପୁର ଆଇଟିଆଇ ଛାତ୍ରଙ୍କ 70 ଫୁଟର ଗିଟାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା

ବ୍ରହ୍ମପୁର: ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ବ୍ରହ୍ମପୁର ଆଇଟିଆଇ ଛାତ୍ରଙ୍କ ଅଦ୍ଭୂତ କଳାକୃତି । 70 ଫୁଟ ଉଚ୍ଚତା ବିଶିଷ୍ଟ ଗିଟାର ନିର୍ମାଣ କରି କେବଳ କଲେଜ ନୁହେଁ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ଏହି ତାଲିମ କେନ୍ଦ୍ରର ଛାତ୍ର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।

‘ଆମର ଯୁବପୀଢି ଏତେ ସକ୍ଷମ ଯେ, ସେମାନେ ନିଜ ଦକ୍ଷତା ଓ କୌଶଳ ପ୍ରଦର୍ଶନ କରି ବିଶ୍ବ ଦରବାରରେ ନା କମାଉଛନ୍ତି ।’ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଏହା ଲେଖିଥିବା ବେଳେ ରାଜ୍ୟର ଯୁବପୀଢିଙ୍କ ଦକ୍ଷତାକୁ ଭୂରି ଭୂରି ପ୍ରଂଶସା କରିଛନ୍ତି ।

ବିଦ୍ୟାର୍ଥୀଙ୍କ ଅଦ୍ଭୂତ କଳାକୃତି, 70ଫୁଟର ଗିଟାର ନିର୍ମାଣ କଲେ ଆଇଟିଆଇ ଛାତ୍ର.. ପଢନ୍ତୁ ପୂରା ଷ୍ଟୋରୀ

ଅଦରକାରୀ ପ୍ଲାଷ୍ଟିକ ଓ ଲୁହା ସ୍କ୍ରାପରେ ଏହି ଗିଟାରଟି ପ୍ରସ୍ତୁତ ହୋଇଛି । ଦୀର୍ଘ ତିନି ମାସରୁ ଅଧିକ ସମୟ ଲାଗି ଏହି ପ୍ରୋଜେକ୍ଟକୁ ସଫଳ ରୂପାୟନ ଦେଇଛନ୍ତି ଛାତ୍ର । ବାତ୍ୟା ଫୋନିରେ ଅଲୋଡା ପାଲଟିଥିବା ଲୁହା ସ୍କ୍ରାପକୁ ନେଇ ପ୍ରସ୍ତୁତ ହେଉଛି ଏହି ଗିଟାର । 5ଟି ବିଭାଗର ଶତାଧିକ ଛାତ୍ର ଏଥିରେ ଅଛନ୍ତି ସାମିଲ । ଏପରି କରି ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ଏହି ଆଇଟିଆଇ କଲେଜ ଛାତ୍ର । ବିଦ୍ୟାର୍ଥୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ସାଧାରଣତଃ ଯାହାକୁ ଅଦରକାରୀ ସାମଗ୍ରୀ ଭାବରେ ଫିଙ୍ଗିଦିଆଯାଏ ତାହାକୁ କୁଶଳୀ ଦକ୍ଷତା ମାଧ୍ୟମରେ ନିର୍ମାଣ କରାଯାଉଛି ଅତ୍ୟନ୍ତ ସୈନ୍ଦର୍ଯ୍ୟକରଣ କାର୍ଯ୍ୟ। ଗତ କିଛି ମାସ ଧରି ଏଭଳି ଉଦ୍ୟମ ଜାରି ରଖୁଥିବା
ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏଭଳି କିଛି ଅଦରକାରୀ ଜିନିଷ ବ୍ୟବହାର କରି ତିଆରି କରିଛନ୍ତି ଏକ ୭୦ଫୁଟ୍‌ ଉଚ୍ଚର ଗିଟାର୍‌ ।ଯାହା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ଆଶା ରଖାଯାଇଛି।

Body:ଭିଓ-୧
ଆପଣ ଗିଟାର ତ ଦେଖିଥିବେ ନିଶ୍ଚୟ । ହେଲେ ୭୦ଫୁଟ୍‌ ଉଚ୍ଚର ଗିଟାର କଥା ଶୁଣିଲେ ହୁଏତ ଆପଣଙ୍କୁ ଲାଗିପାରେ ଆଶ୍ଚର୍ଯ୍ୟ। ହେଲେ ଏଭଳି ଏକ ବଡ଼ ଗିଟାର କୁ ତିଆରି କରିଛନ୍ତି ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ବିଦ୍ୟାର୍ଥୀ ମାନେ । ଗତ କିଛି ମାସ ଧରି ଏହି ବିଦ୍ୟାର୍ଥୀ ମାନେ ଯାହାକୁ ସାଧାରଣତଃ ଅଦରକାରୀ ଭାବି ସାଧାରଣ ଜନତା ଫିଙ୍ଗି ଦିଅନ୍ତି କିମ୍ବା କବାଡ଼ିବାଲା କୁ ବିକ୍ରି କରିଥାଆନ୍ତି ତାହାକୁ ବ୍ୟବହାର କରି ବ୍ରହ୍ମପୁର ଆଇଟିଆଇ ର ବିଦ୍ୟାର୍ଥୀ ଙ୍କ ପକ୍ଷରୁ ବୃହତ୍ତ ଗିଟାରଟିକୁ ତିଆରି କରାଯାଇଛି । ଅନୁଷ୍ଠାନ ପକ୍ଷରୁ ପ୍ରଥମେ ନିଜ ଶିଳ୍ପ ତାଲିମ ଅନୁଷ୍ଠାନରୁ ବାହାରୁଥିବା ଅଦକାରୀ ପ୍ଲାଷ୍ଟିକ ଓ ଲୁହା ସ୍କ୍ରାପ ଗୁଡ଼ିକରେ ଛୋଟ ଛୋଟ ସୁନ୍ଦର ସାମଗ୍ରୀ ତିଆରି କରିବା ପରେ ପରବର୍ତ୍ତୀ ସମୟରେ ବହୁ ଉଚ୍ଚତା ବିଶିଷ୍ଟ ପ୍ରେଡିଏକ୍ଟର, ବିରାଟକାୟ ମାଛ , ଜିରାଫ ଭଳି ସୈନ୍ଦର୍ଯ୍ୟକରଣ ସାମଗ୍ରୀ ସଫଳତାର ସହ ନିର୍ମାଣ କରାଯାଇଥିଲା ପରେ ତିନି ମାସରୁ ଅଧିକା ସମୟ ଧରି ଅନୁଷ୍ଠାନର ପାଞ୍ଚଟି ବିଭାଗର ପ୍ରାୟ ଶତାଧିକ ବିଦ୍ୟାର୍ଥୀଙ୍କ ଉଦ୍ୟମରେ ଚାଲିଛି ୭୦ଫୁଟ ଉଚ୍ଚତା ବିଶିଷ୍ଟ ଗୀତାର ନିର୍ମାଣ କାର୍ଯ୍ୟ ।
ବାଇଟ୍- ସତ୍ୟ ନାରାୟଣ ସାହୁ (ଆଇ.ଟି.ଆଇ ବିଦ୍ୟାର୍ଥୀ ,ବ୍ରହ୍ମପୁର)
ବାଇଟ୍- ମିଲନ ଗୈଡ଼ (ଆଇ.ଟି.ଆଇ ବିଦ୍ୟାର୍ଥୀ ,ବ୍ରହ୍ମପୁର)
ଭିଓ-୨-ମୁଖ୍ୟତଃ କେବଳ ଅଦରକାରୀ ଲୁହା ସ୍କ୍ରାପ ବ୍ୟବହାର କରାଯାଇ ନିର୍ମାଣ ହେଉଥିବା ଏଭଳି ପ୍ରକଳ୍ପ
ତିଆରି କରି ବିଦ୍ୟାର୍ଥୀ ମାନେ ନିଜର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଅନେକ ସହାୟକ ହେବ ବୋଲି ଆଶା କରାଯାଉଥିବା ବେଳେ ଏଭଳି ୨୦ରୁ ଅଧିକା ସାମଗ୍ରୀ ପ୍ରସ୍ତୁତ କରି ଅନୁଷ୍ଠାନ ପରିସରରେ ଏକ ଓପନ ମ୍ୟୁଜିୟମ କରିବା ଲାଗି ଲକ୍ଷ୍ୟ ରଖିଛି ଏହି ସରକାରୀ
ଶିଳ୍ପ ଅନୁଷ୍ଠାନ ।ଅନ୍ୟପଟେ ଅଦରକାରୀ ସରଞ୍ଜାମକୁ ବ୍ୟବହାର କରାଯାଇଥିବା ଏହି ଗିଟାର ଗିନିଜ୍‌ ବୁକ୍‌ ଅଫ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ଆଶା ରଖାଯାଇଛି। ବିଦ୍ୟାର୍ଥି ମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବାଇଟ୍-ଡ.ସଞ୍ଜିବ ତ୍ରିପାଠୀ(ଶିକ୍ଷାବିତ, ବ୍ରହ୍ମପୁର)
ବାଇଟ୍-ରଜତ ପାଣିଗ୍ରାହୀ(ଅଧ୍ୟକ୍ଷ,ଆଇ.ଟି.ଆଇ -ବ୍ରହ୍ମପୁର)

Conclusion:ଫାଭିଓ- ଅଦରକାରୀ ବସ୍ତୁରୁ ତିଆରି ହୋଇଥିବା ବିଭିନ୍ନ ସୁନ୍ଦର ସାମଗ୍ରୀ ବ୍ରହ୍ମପୁର ସହରକୁ ଅଧିକ ଆକର୍ଷଣୀୟ ହେଉଥିବା ବେଳେ ଆଇ.ଟି.ଆଇ ବିଦ୍ୟାର୍ଥୀ ଙ୍କ ଏଭଳି କାର୍ଯ୍ୟ ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ସହାୟକ ହୋଇପାରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.