ETV Bharat / city

ଇଂରେଜଙ୍କୁ ତଡିଥିଲେ ଗଞ୍ଜାମର ବୀରପୁଅ, ସ୍ମୃତିରେ ସଂଗ୍ରାମୀଙ୍କ ବଳିଦାନର ଗାଥା - ସ୍ବାଧିନତା ଦିବସ

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ Azadi Ka Amrit Mahotsav । ଭାରତବାସୀଙ୍କୁ ସ୍ବାଧିନତାର ସ୍ବାଦ ଚଖାଇଥିବା ସେହି ବୀରପୁତ୍ରଙ୍କୁ ଆଜି ମନେପକାଉଛି ସାରା ଦେଶ । ଦେଶକୁ ବ୍ରିଟିଶ ହାତରୁ ମୁକ୍ତ କରିବା ପାଇଁ ସଂଗ୍ରାମୀ ସାଜିଥିଲେ ଗଞ୍ଜାମର ଏକାଧିକ ବୀର ପୁତ୍ର । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ଇଂରେଜଙ୍କୁ ତଡିଥିଲେ ଗଞ୍ଜାମର ବୀରପୁଅ,ଆଜି ମନେପଡେ ସଂଗ୍ରାମୀଙ୍କ ବଳୀଦାନର ଗାଥା

author img

By

Published : Aug 14, 2022, 7:52 PM IST

Updated : Aug 15, 2022, 6:01 AM IST

ବ୍ରହ୍ମପୁର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦି କା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି । ଏନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ହେଲେ ଏଭଳି ସମୟରେ ଆଜି ବି ମନେ ପଡେ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସେହି ବଳୀଦାନର ଗାଥା । ଆଜି ପ୍ରତ୍ୟେକ ସଂଗ୍ରାମୀଙ୍କ ପରିବାର ଲୋକଙ୍କ ମୁହଁରେ ଶୁଣିବାକୁ ମିଳେ ସଂଗ୍ରାମୀଙ୍କ ସଂଘର୍ସର କଥା । ଦେଶକୁ ସ୍ବାଧିନତାର ସ୍ବାଦ ଚଖାଇବାକ ପାଇଁ ଅନେକ ବୀର ପୁତ୍ର ହସି ହସି ଦେଶ ପାଇଁ ଲଢେଇ କରିଥିଲେ । ସେମାନଙ୍କ ମଧ୍ୟରୁ ଅନ୍ୟତମ ସଂଗ୍ରାମୀ ହେଉଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଗାଁର ଗୋବିନ୍ଦ ଶତପଥିଙ୍କ ସୁପୁତ୍ର ନାରସୁ ଶତପଥି ।

ଇଂରେଜଙ୍କୁ ତଡିଥିଲେ ଗଞ୍ଜାମର ବୀରପୁଅ,ଆଜି ମନେପଡେ ସଂଗ୍ରାମୀଙ୍କ ବଳୀଦାନର ଗାଥା

ସ୍ୱାଧିନତା ସଂଗ୍ରାମୀର ଜଣେ ଆଗ ଧାଡିର ବୀର ଥିଲେ ସେ । ଗୋରା ସରକାର ବିରୁଦ୍ଧରେ 1931 ମସିହାରେ ସତ୍ୟାଗ୍ରହ କରିବା ସହ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବାନର ସେନା, ଅହିଂସା ଆନ୍ଦୋଳନ ଭଳି ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା । ତାଙ୍କର ସେହି ବଳିଦାନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ୱାଧିନତା ସଂଗ୍ରାମୀ ଭାବରେ ମାନ୍ୟତା ଦିଆଯାଇଥିଲା । ଏବେ ସେ ନାହାଁନ୍ତି ସତ ହେଲେ ତାଙ୍କ ସେହି ଅମର ଗାଥାକୁ ମନ ପକାଉଛନ୍ତି ତାଙ୍କ 97 ବର୍ଷିୟ ଧର୍ମପତ୍ନୀ ଏବଂ ପରିବାର ବର୍ଗ । କିଭଳି ଇଂରେଜ ସରକାରଙ୍କୁ ଭୟ ନ କରି ତାଙ୍କର ପରାକ୍ରମ ଦେଖାଉଥିଲେ ।

ସଂଗ୍ରାମୀ ନାରସୁ ଶତପଥି ପୁଅ ପ୍ରକାଶ ଚନ୍ଦ୍ର ଶତପଥୀ କୁହନ୍ତି ଯେ, ‘‘ଲବଣ ସତ୍ୟାଗ୍ରହ ସମୟରେ ପୋଲିସକୁ ମାଡ ମାରିବାରୁ ନାରସୁଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ତାଙ୍କ କାର୍ଯ୍ୟକଳାପ ଦେଖି ମାଡ୍ରାସ ଜେଲକୁ ପଠାଇଥିଲେ ଇଂରେଜ ସରକାର ’’। ସେହିଭଳି ଗଞ୍ଜାମର ଅନ୍ୟ ଜଣେ ବୀର ସ୍ୱାଧିନତା ସଂଗ୍ରାମୀ ହେଲେ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ଗୋପାଳ ଚନ୍ଦ୍ର ଦାସ । ପିତା ସାରଥି ଦାଶ ଓ ମାତା କୌତୁକିଙ୍କ ପୁଅ ଗୋପାଳ । ମାତ୍ର 15 ବର୍ଷ ବୟସରେ ପାଠ ପଢା ଛାଡି 1934 ମସିହାରେ ଜିଲ୍ଲାର ତତ୍କାଳୀନ ମୁସ୍ତାଦାର ପ୍ରଥା ଆନ୍ଦୋଳନରେ ସାମିଲ ହେବା ହୋଇଥିଲେ । 1941 ମସିହାରେ ଗୌତ୍ତମୀ ଠାରେ ବ୍ୟକ୍ତିଗତ ସତ୍ୟାଗ୍ରହ କରି 4 ମାସ ଧରି ସଶ୍ରମ କାରାଦଣ୍ଡ ଏବଂ ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ । ପରେ 1942 ମସିହାରେ ଭାରତଛାଡ ଆନ୍ଦୋଳନରେ ଜଣେ ସକ୍ରିୟ ସଦସ୍ୟ ଭାବରେ ଛାତ୍ର ମାନଙ୍କୁ ସଂଙ୍ଗଠିତ କରି ଗିରଫ ହୋଇଥିଲେ ।

‘‘ଆଦିବାସୀମାନଙ୍କୁ ଏକତ୍ରିତ କରି ଶେରଗଡ ଠାରେ ତତ୍କାଳୀନ ଥାନା ପୋଡିଦେବା ଏବଂ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ତାଲିକାରେ ରହି ଗିରଫ ହୋଇଥିଲେ ସେ । 1943 ମସିହାରେ ଜେଲରେ ପତାକା ଉତ୍ତୋଳନ କରି ଲାଠି ମାଡ ଖାଇବା, ସହିଦ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦେବା ସମୟରେ ଜେଲ୍‌ ମଧ୍ୟରେ ଆନ୍ଦୋଳନ କରିବା ଏକ ପ୍ରମୁଖ ଭୂମିକା ରହିଥିଲା ବୋଲି କହିଛନ୍ତି ସଂଗ୍ରାମୀଙ୍କ ସମ୍ପର୍କୀୟ’’ । ସେ ଲବଣ ସତ୍ୟାଗ୍ରହ ହେଉ କି ଭାରତ ଛାଡ ଆନ୍ଦୋଳନ । ଏଭଳି ସମୟରେ ଶହ ଶହ ଲୋକଙ୍କୁ ଏକତ୍ରିତ କରି ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଏକତ୍ରିତ କରିବାରେ ଗଞ୍ଜାମ ଜିଲ୍ଲାରେ ଏକାଧିକ ସଂଗ୍ରାମୀଙ୍କ ଭୁମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଡ.ସୋମନାଥ ପଣ୍ଡା ।

ଦିଗପହଣ୍ଡି ଅଞ୍ଚଳର ନିତ୍ୟାନନ୍ଦ ପଣ୍ଡାଙ୍କ ପୁଅ ସୋମନାଥ । ଦେଶକୁ ବ୍ରିଟିଶ ହାତରୁ ମୁକ୍ତ କରିବା ପାଇଁ ଉଭୟ ଲବଣ ସତ୍ୟାଗ୍ରହ ଏବଂ ଭାରତ ଛାଡ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଜେଲ୍‌ ମଧ୍ୟ ଯାଇଥିଲେ । ସେପଟେ ଜିଲ୍ଲାର ଅନ୍ୟତମ ସ୍ୱାଧିନତା ସଂଗ୍ରାମୀ ହେଉଛନ୍ତି ଧରାକୋଟ ସୁନାମପଲ୍ଲୀ ଅଞ୍ଚଳର ସ୍ୱର୍ଗତ ଦାମୋଦର ପଣ୍ଡା । ପିତା ଯଦୁନାଥ ଏବଂ ମାତା ରାଧିକାଙ୍କ ସୁଯୋଗ୍ୟ ସନ୍ତାନ ଦାମୋଦର । ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ ପୂର୍ବରୁ 1940 ମସିହାରେ ସେନାରେ ଯୋଗ ଦେଇଥିଲେ । 1942ରେ ବିପ୍ଲବି ରାସ ବିହାରୀ ବୋଷଙ୍କ ଆହ୍ୱାନରେ ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇଥିଲେ । ଜଣେ ସୈନିକ ଭାବରେ ଯୁଦ୍ଧ କରି ମଣିପୁର ଗୌରାଙ୍ଗ ପର୍ଯ୍ୟନ୍ତ ଅଗ୍ରସର ହେବା ସହ ମୁଲତାନ ଠାରେ ଯୁଦ୍ଧବନ୍ଦୀ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 15, 2022, 6:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.