ETV Bharat / city

ଚମତ୍କାର କାରିଗରୀ, କାଠରେ ଲେଖିଲେ ହନୁମାନ ଚାଳିଶା - ଅରୁଣ ସାହୁ

ସଙ୍କଟ ସମୟରେ ସଙ୍କଟମୋଚକ ହନୁମାନଙ୍କୁ ସ୍ମରଣ କରି ପଢାଯାଏ ‘ହନୁମାନ ଚାଳିଶା’ । ବହୁ ଭାଷା ଓ ବିଭିନ୍ନ ଶୈଳୀରେ ଆପଣ ପଢିଥିବେ ଏହି ହିନ୍ଦୁ ପବିତ୍ର ସ୍ତୁତି । ହେଲେ ଆଜି ଆମେ ଆପଣଙ୍କୁ ଦେଖାଇବୁ ଗଞ୍ଜାମର ଜଣେ ଶିଳ୍ପୀଙ୍କ ସୁନ୍ଦର ବର୍ଣ୍ଣନା । ଦେଖନ୍ତୁ କାଠରେ ପ୍ରସ୍ତୁତ ହନୁମାନ ଚାଳିଶା ପୁସ୍ତକ ଓ ଏହାର କାରୁକାର୍ଯ୍ୟକୁ....

ଚମତ୍କାର କାରିଗରୀ,  କାଠରେ ଲେଖିଲେ ହନୁମାନ ଚାଳିଶା

author img

By

Published : Jun 10, 2021, 7:47 PM IST

ବ୍ରହ୍ମପୁର: ନିୟମିତ ପାଠ କରୁଥିଲେ ହନୁମାନ ଚାଳିଶା । ହଠାତ୍ ମନରେ ଭାବନା ଉଦ୍ରେକ ହେଲା ହନୁମାନ ଚାଳିଶାକୁ କାଠରେ ପ୍ରସ୍ତୁତ କରିବାକୁ । ଆଉ ସେହି ପରିକଳ୍ପନା ଓ ଭକ୍ତିକୁ ନେଇ ଦିନରାତି ପରିଶ୍ରମ କରି କାଠରେ ହନୁମାନ ଚାଳିଶା ପୁସ୍ତକ କରିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଣ୍ଟାଇକୋଳି ଗ୍ରାମର ଯୁବ ଶିଳ୍ପୀ ଅରୁଣ ସାହୁ । ବର୍ତ୍ତମାନ ପ୍ରସ୍ତୁତ କରିଥିବା ଏହି ଦୁଇ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ଇଚ୍ଛୁକ ଅରୁଣ ।

ଚମତ୍କାର କାରିଗରୀ, କାଠରେ ଲେଖିଲେ ହନୁମାନ ଚାଳିଶା

କୋରୋନା ମହାମାରୀ ଦ୍ୱିତୀୟ ଲହର ଓ ଲକଡାଉନ୍ ମଧ୍ୟରେ ସମୟର ସଦୁପଯୋଗ କରିବାକି ଇଚ୍ଛା କରିଲେ ଅରୁଣ । ଏଥିପାଇଁ ନିଜ ଭାବନାକୁ ବାସ୍ତବ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେ ସେ । ଏହି ପୁସ୍ତକକୁ ପ୍ରସ୍ତୁତ କରିବାକୁ ପ୍ରାୟ ଏକ ମାସ ସମୟ ଲାଗିଥିଲା ଅରୁଣଙ୍କୁ । ପୁସ୍ତକରେ ମୋଟ ପାଞ୍ଚଟି ପୃଷ୍ଠା ରହିଥିବା ବେଳେ ଏଥିରେ ଦୁଇଟି ମଲାଟ ରହିଛି । ମଲାଟର ଉପର ଭାଗରେ ଅତ୍ୟନ୍ତ ସୁନ୍ଦର ଭାବରେ ହନୁମାନଙ୍କ ପ୍ରତିକୃତି ରଖାଯାଇଥିବା ବେଳେ ଦେଖିବା ପାଇଁ ଅତ୍ୟନ୍ତ ଆକର୍ଷଣୀୟ । ଏହି ହନୁମାନ ଚାଳିଷାର ଦୈର୍ଘ୍ୟ ୧୦.୫ ଇଞ୍ଚ୍, ପ୍ରସ୍ଥ ୯.୦ ଇଞ୍ଚ୍ ଏବଂ ମୋଟେଇ ୨.୫ ଇଞ୍ଚ୍ ରହିଛି ।

ହନୁମାନ ଚାଳିଶାର ଦୋହା ଏବଂ ଚୌପାଇ ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସମସ୍ତ ଶବ୍ଦକୁ କାଠରେ ଅତ୍ୟନ୍ତ ସୁନ୍ଦର ଭାବେ ଖୋଦେଇ କରିବାରେ ସେ ସଫଳ ହୋଇଛନ୍ତି । ଏଭଳି ସେ ଦୁଇଟି ହନୁମାନ ଚାଳିଶା କରିଛନ୍ତି ଅରୁଣ । କାଠ, ନିହାଣ ଓ ବ୍ଲେଡ୍ ବ୍ୟବହାର କରି ସେ ଏହାକୁ ଅବିକଳ କାଠରେ କରିଛନ୍ତି ରୂପାନ୍ତରିତ । ଏହାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସାମିଲ କରିବା ପାଇଁ କରିଥିବା ଅରୁଣ କହିଛନ୍ତି । ଆଗାମୀ ଦିନରେ ଏହାକୁ ଦେଶର ପ୍ରଚଳିତ ସମସ୍ତ ଭାଷାରେ ଅବିକଳ ଭାବରେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗଞ୍ଜାମର ଅରୁଣ ।

ଗ୍ରାମର ଭାସ୍କର ସାହୁଙ୍କ ପୁଅ ଅରୁଣ ପୂର୍ବରୁ କାଠରେ ତାଜମହଲ, ଇଫିଲ୍ ଟାୱାର, ଓଡ଼ିଶା ବିଧାନ ସୌଧ , ଧଉଳି ଏଭଳି ବିଭିନ୍ନ ଐତିହ୍ୟ ପ୍ରସ୍ତୁତ କରିଛନ୍ତି । ଏଭଳି କଳାକୃତି କୁ ନେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସେ ସ୍ଥାନ ପାଇଛନ୍ତି । କୌଳିକ ବୃତ୍ତିକୁ ଆଗକୁ ନେଉଥିବା ପୁଅର ଏଭଳି ସଫଳତା ନେଇ ବାପାଙ୍କ ଠାରୁ ଆରମ୍ଭକରି ସାଙ୍ଗ ସାଥୀ ସମସ୍ତେ ବେଶ ଖୁସି ।

ଯୁବ ଶିଳ୍ପୀଙ୍କ କାଠର କଳାକୃତି ବାସ୍ତବରେ ପ୍ରଂଶସନୀୟ । ଯଦି ତାଙ୍କୁ ଏଥିପାଇଁ ସହଯୋଗ-ପ୍ରୋତ୍ସାହନ ମିଳିବ ତେବେ ସେ ନିଜର କଳାକୁ ଆଗକୁ ନେବା ସହ ଅନ୍ୟ ଉତ୍ସାହୀ ଯୁବପୀଢିଙ୍କୁ ଶିଖାଇ ଆହୁରୀ ଅନେକ ଶିଳ୍ପୀ ଗଢିପାରିବେ ଆଉ ଓଡିଶା ନାଁକୁ ଲେଖିପାରିବେ ସୁବର୍ଣ୍ଣ ଅକ୍ଷୟରରେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.