ETV Bharat / city

ବ୍ରହ୍ମପୁର ସହରରେ ବିଭିନ୍ନ ସାହି ପରିକ୍ରମା କରିବ କୋଭିଡ ପରୀକ୍ଷା ମୋବାଇଲ୍ ଭ୍ୟାନ୍

author img

By

Published : May 12, 2021, 8:09 PM IST

ବ୍ରହ୍ମପୁର ସହରରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସମୟରେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ସାହିକୁ ପରିକ୍ରମା କରିବ କୋଭିଡ ପରୀକ୍ଷା ନିମନ୍ତେ ମୋବାଇଲ୍ ଭ୍ୟାନ୍ । ଅଧିକ ପଢନ୍ତୁ...

In the city of Berhampur, the covid  test mobile van will travel around the area
ବ୍ରହ୍ମପୁର ସହରରେ ବିଭିନ୍ନ ସାହିକୁ ପରିକ୍ରମା କରିବ କୋଭିଡ ପରୀକ୍ଷା ମୋବାଇଲ୍ ଭ୍ୟାନ୍

ବ୍ରହ୍ମପୁର: କୋଭିଡ-୧୯ର ଦ୍ୱିତୀୟ ଲହରକୁ ନେଇ ଏବେ ସବୁଠି ଚିନ୍ତା । ଆଉ ଏଭଳି ସମୟରେ ବ୍ରହ୍ମପୁର ସହରରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସମୟରେ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ସାହିକୁ ପରିକ୍ରମା କରିବ କୋଭିଡ ପରୀକ୍ଷା ନିମନ୍ତେ ମୋବାଇଲ୍ ଭ୍ୟାନ୍ ।

ଏହି ଗାଡି ଯେଉଁ ଅଞ୍ଚଳରେ ଅଧିକରୁ ଅଧିକ ସଂକ୍ରମିତ ରହିଥିବେ କିମ୍ୱା ଜନସାଧାରଣ ପରୀକ୍ଷା କରିବା ପାଇଁ ଚାହୁଁଥିବେ ସେହି ଅଞ୍ଚଳରେ ଏହି ଗାଡିକୁ ନିଗମ ପକ୍ଷରୁ ପଠାଯାଇ ସାହିରେ ହିଁ ଏହାକୁ ପରୀକ୍ଷା କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ବର୍ତ୍ତମାନର ସମୟରେ କେହି ଘରୁ ନ ବାହାରିବାକୁ ନିବେଦନ କରିବା ସହିତ ନିହାତି ଜରୁରୀ ରହିଥିଲେ ନିଶ୍ଚିତ ରୂପେ ମାସ୍କକୁ ପରିଧାନ କରିବା ସହିତ ପ୍ରତେକ ବ୍ୟବସାୟୀମାନେ ପଞ୍ଚ ସୁତ୍ରର କଡାକଡି ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି ।

ଏପରିକି ବ୍ରହ୍ମପୁର ମହାନଗର ନିଗମର ୧୩ ଗୋଟି ସ୍ଥାନରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିବିଶେଷଙ୍କର ଟୀକାଦାନ ଚାଲିଥିବାବେଳେ ଏଥିପାଇଁ ଅନଲାଇନ୍ ପଞ୍ଜିକରଣ କରିବା ସହିତ ସ୍ଲର୍ଟ ବୁକ୍ କରି ତାହାର ନିର୍ଦ୍ଧାରିତ ସମୟ ଏବଂ ତାରିଖରେ ହିଁ ଯିବା ପାଇଁ ଆହ୍ୱାନ ଦିଆଯାଇଛି । ଏଥିସହିତ ସେଠାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ସେଭଳି ସ୍ଥାନରେ ଅଯଥାରେ ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଇଁ ଜିଲ୍ଲାର ପ୍ରତ୍ୟେକ ପି.ଏଚ୍.ସି , ସି.ଏଚ୍.ସି ସହିତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଆଇସୋଲେନ୍ ୱାର୍ଡ ସହିତ ଅକ୍ସିଜେନ୍ ବ୍ୟବସ୍ଥା ରହିଥିବାରୁ ରୋଗୀମାନେ ପ୍ରଥମେ ସେଠାରେ ଯାଇ ଚିକିତ୍ସିତ ହେବା ସହିତ ଆବଶ୍ୟକ ପଡିଲେ ତାଙ୍କୁ ଏମ୍.କେ.ସି.ଜି ମେଡିକାଲକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଏଣୁ ଗ୍ରାମାଞ୍ଚଳର ବ୍ୟକ୍ତିବିଶେଷ ସିଧାସଳଖ ଏମ୍.କେ.ସି.ଜିକୁ ନ ଯିବା ସହିତ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଯାହାକୁ ନେଇ ଚିକିତ୍ସା ସେବା ଯୋଗାଇବା ସହିତ ବେଡ ଓ ଅକ୍ସିଜେନ୍ ଯୋଗାଇ ଦିଆଯାଇପାରିବ । ଏନେଇ କଣ କହୁଛନ୍ତି ଗଞ୍ଜାମ ଜିଲ୍ଲାପାଳ ଆସନ୍ତୁ ଶୁଣିବା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.