ବ୍ରହ୍ମପୁର: କୋଭିଡ୍ -୧୯ ଏବେବି ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ରହିଥିବା ଗଞ୍ଜାମ ଜିଲ୍ଲାରେ ନିୟମକୁ ଫୁ । ନୂତନ ବର୍ଷର ଦ୍ବିତୀୟ ରବିବାରରେ ସମସ୍ତେ ସତେ ଯେପରି କୋରୋନା କଟକଣାକୁ ଭୁଲି ଯାଇଥିବା ଭଳି ଚିତ୍ର ଦେଖିବାକୁ ମିଳିଥିଲା ।
![ପାସୋରିଗଲେ କଟକଣା, ଗୋପାଳପୁର ବେଳାଭୂମି ଓ ବ୍ରହ୍ମପୁରରେ ପ୍ରବଳ ଭିଡ](https://etvbharatimages.akamaized.net/etvbharat/prod-images/od-bam-crowds-of-people-in-gopalpur-and-berhampur-7205524_10012021215526_1001f_1610295926_447.jpg)
ଜିରୋ ନାଇଟ୍ ଏବଂ ନବବର୍ଷରେ ଭିଡ ହେବ ବୋଲି ରାଜ୍ୟ ସରକାରଙ୍କ କଟକଣା ନିର୍ଦ୍ଦେଶନାମା ଏବଂ ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ ଯୋଗୁଁ ସାଧାରଣ ଜନତା ନିଜ ଘରେ ରହି ଏହାକୁ ପାଳନ କରିଥିଲେ । ହେଲେ ରବିବାର ପାଇଁ ଜିଲ୍ଲାର ଗୋପାଳପୁର ବେଳାଭୂମି ଏବଂ ବ୍ରହ୍ମପୁର ସହରରେ ନୂତନ ରାମଲିଙ୍ଗମ୍ ପ୍ରମୋଦ ଉଦ୍ୟାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ ।
![ପାସୋରିଗଲେ କଟକଣା, ଗୋପାଳପୁର ବେଳାଭୂମି ଓ ବ୍ରହ୍ମପୁରରେ ପ୍ରବଳ ଭିଡ](https://etvbharatimages.akamaized.net/etvbharat/prod-images/od-bam-crowds-of-people-in-gopalpur-and-berhampur-7205524_10012021215526_1001f_1610295926_3.jpg)
ଉଦଘାଟନ ପରେ ରାମଲିଙ୍ଗମ୍ ପ୍ରମୋଦ ଉଦ୍ୟାନକୁ ଦେଖିବାକୁ ଏକ ପ୍ରକାର ଚାହିଁ ରହିଥିବା ସହରବାସୀ ରାମ ଲିଙ୍ଗମ୍ ଉଦ୍ୟାନ ସମ୍ମୁଖ ରାସ୍ତାରେ ପ୍ରବଳ ଭିଡ ଜମାଇଥିଲେ। ଯାହାଫଳରେ ସେହି ରାସ୍ତା ଦେଇ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡିଥିଲା ।
ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରସାସନ ପକ୍ଷରୁ ଗହଳି ଠାରୁ ଦୂରରେ ରହିବା ମାସ୍କ ପରିଧାନ କରିବା ଭଳି ବିଭିନ୍ନ ସଚେତନତା କରାଇଥିଲେ। ତେବେ କୋରୋନା କାଳରେ ଏଭଳି ଗହଳି କରିବା ବିପଦକୁ ନିମନ୍ତ୍ରଣ ବୋଲି ଚର୍ଚ୍ଚା ହେଉଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ