ETV Bharat / city

ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ, ବହୁ ପରିମାଣ ଦେଶୀ ମଦ ଜବତ - huge amount of liquor seized from berhampur

ବ୍ରହ୍ମପୁର ଅବକାରୀ ସଦର ବିଭାଗ ଏବଂ ମୋବାଇଲ ଟିମ ସହର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ବୁଦଲୁଣ୍ଡି ଗାଁରେ ଚଢାଉ କରିଥିଲା । ସେଠାରୁ ୨୫ ଶହ ଲିଟର ଗୁଡ ମିଶ୍ରିତ ମଦ ପ୍ରସ୍ତୁତ ସାମଗ୍ରୀ ସମେତ ୧୨୦ ଲିଟର ଦେଶୀ ମଦ ଜବତ କରିଛି ବିଭାଗ । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ
ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ
author img

By

Published : Sep 4, 2020, 10:44 AM IST

ବ୍ରହ୍ମପୁର: କୋରୋନାକୁ ନେଇ ସବୁଠି କଟକଣା । ଆଉ ଏଭଳି ସମୟରେ ଗଞ୍ଜାମ ଜିଲ୍ଲାରେ ଚୋରା ମନ୍ଦ ବ୍ୟବସାୟୀମାନେ ଏକ ପ୍ରକାର ସକ୍ରିୟ ହୋଇ ପଡିଥିବା ଦେଖାଯାଇଛି । ଏନେଇ ଅବକାରୀ ବିଭାଗ ଓ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି କ୍ରମରେ ବ୍ରହ୍ମପୁର ଅବକାରୀ ସଦର ବିଭାଗ ଏବଂ ମୋବାଇଲ ଟିମ ସହର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ବୁଦଲୁଣ୍ଡି ଗାଁରେ ଚଢାଉ କରିଥିଲା । ସେଠାରୁ ୨୫ ଶହ ଲିଟର ଗୁଡ ମିଶ୍ରିତ ମଦ ପ୍ରସ୍ତୁତ ସାମଗ୍ରୀ ସମେତ ୧୨୦ ଲିଟର ଦେଶୀ ମଦ ଜବତ କରିଛି ବିଭାଗ ।

ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ
ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ

ସେହିପରି ଜିଲ୍ଲାର ଆସ୍କା ଅଞ୍ଚଳରେ ଗତ ୨ ତାରିଖରେ ଅବକାରୀ ବିଭାଗର ଚଢାଉ ସମୟରେ ପାକଲ୍ଲାପଲ୍ଲୀ ଏରୋଗୋଲା ବସ୍ତି, ଆଇ.ବି ଏରୋଗୋଲା ବସ୍ତି, ସନ୍ତୋଷୀମାଆ ଏରୋଗୋଲା ବସ୍ତି, ଗଣ୍ଡାପଲ୍ଲୀ ଏବଂ ତେନେଙ୍ଗାପଲ୍ଲୀ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ସମୟରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ଲିଟର ଦେଶୀ ରନ୍ଧା ମଦ ସମେତ ୧୭୫୫୦ ଲିଟର ଗୁଡ ମିଶ୍ରିତ ମଦ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଥିଲା । ଏପରିକି ୨୪ ଗୋଟି ମାମଲାରେ ୬ ମହିଳାଙ୍କ ସମେତ ୨୦ ଜଣଙ୍କୁ ଗିରଫ କରାଯାଇଥିଲା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.