ବ୍ରହ୍ମପୁର: ଷ୍ଟାଇପେଣ୍ଟ ପ୍ରଦାନ ଦାବିରେ ହାଉସ ସର୍ଜନ ଡାକ୍ତର ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏମ୍.କେ.ସି.ଜି ମେଡିକାଲ ୨୦୧୬ -୨୧ ବ୍ୟାଚର ୨୫୦ ଜଣ ହାଉସସର୍ଜନ ବିଗତ ଦୁଇ ମାସ ହେଲା କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ଷ୍ଟାଇପେଣ୍ଟ ଦିଆଯାଇନଥିବା ଅଭିଯୋଗକରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏ ନେଇ ସଂଘ ପକ୍ଷରୁ ମେଡିକାଲ ଫାଟକ ସମ୍ମୁଖରେ କଳାବ୍ୟାଚ୍ ପରିଧାନ କରି ବିକ୍ଷୋଭ କରାଯିବା ସହିତ ମାସିକ ସାଇପେଣ୍ଟ ପ୍ରଦାନ ଦାବି କରିଥିଲେ ବିକ୍ଷୋଭକାରୀ । ଏହି ଅବସରରେ ମେଡିକାଲର ଅଧିକ୍ଷକଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସଂଘର ସଭାପତି ଆଶିଷ କୁମାର ମହାପାତ୍ରଙ୍କ ସମେତ ସଂଘର ବହୁ ସଦସ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ