ETV Bharat / city

ନିର୍ମାଣ ହୋଇଛି ଶୌଚାଳୟ, କିନ୍ତୁ ପଡିରହିଛି ତାଲା - problem

ବ୍ରହ୍ମପୁର ପ୍ରମୁଖ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯିବା ସହ ଏହାର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ହେଲେ ଉଦଘାଟନ ପରଠାରୁ ମାତ୍ର କିଛି ଦିନ ପାଇଁ ଖୋଲିଥିବା ଏହି ସମସ୍ତ ପରିସ୍ରାଗାର ଏବେ ତାଲା ପଡି ରହିଛି । ବହୁ ଅର୍ଥ ବିନିଯୋଗରେ ନିର୍ମାଣ ହୋଇଥିବା ଏହି ପରିସ୍ରାଗାରରେ ଏଭଳି ସ୍ଥାନରେ ତାଲା ପଡି ରହୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 26, 2019, 2:45 PM IST

Updated : Jun 27, 2019, 12:49 PM IST

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ସବୁଜ ସୁନ୍ଦର ସହର ଭାବରେ ଗଢ଼ି ତୋଳିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଦ୍ୟମ । ଏ ନେଇ ସହରକୁ ପୂର୍ଣ୍ଣ ବାହ୍ୟ ମଳତ୍ୟାଗ ସହର ଭାବରେ ପରିଣତ କରିବାକୁ ଚାଲିଛି ପଦକ୍ଷେପ । ହେଲେ ସହରର ବିଭିନ୍ନ ସ୍ଥାନରେ ମହାନଗର ନିଗମ ପକ୍ଷରୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ନିର୍ମାଣ ହୋଇଥିଲା ପରିସ୍ରାଗାର । କିନ୍ତୁ ନିର୍ମାଣ ହୋଇଥିବା ପରିସ୍ରାଗାର ଗୁଡିକରେ ତାଲା ଝୁଲିଥିବା ନେଇ ଅଭିଯୋଗ କରିଛନ୍ତି ବ୍ରହ୍ମପୁର ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାମୁତାବକ, ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର ସହର ଭାବରେ ପରିଣତ କରିବା ପାଇଁ ଗତ କିଛି ମାସ ଧରି ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରୟାସ
। ଏହି କ୍ରମରେ ସହରର ବିଭିନ୍ନ ବସ୍ତି ଠାରୁ ଆରମ୍ଭ କରି ପ୍ରମୁଖ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯିବା ସହ ଏହାର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ହେଲେ ଉଦଘାଟନ ପରଠାରୁ ମାତ୍ର କିଛି ଦିନ ପାଇଁ ଖୋଲିଥିବା ଏହି ସମସ୍ତ ପରିସ୍ରାଗାର ଏବେ ତାଲା ପଡିରହିଛି । ବହୁ ଅର୍ଥ ବିନିଯୋଗରେ ନିର୍ମାଣ ହୋଇଥିବା ଏହି ପରିସ୍ରାଗାରରେ ଏଭଳି ସ୍ଥାନରେ ତାଲା ପଡି ରହୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅନ୍ୟପଟେ ବ୍ରହ୍ମପୁର ସହରର ବହୁ ସ୍ଥାନରେ ରହିଥିବା ଏହି ପରିସ୍ରାଗାରରେ ପାଣି ଆସୁନଥିବା ଦେଖାଯାଇଛି । ସେପଟେ ସହରର ପ୍ରମୁଖ ସ୍ଥାନରେ ତାଲା ପଡି ରହିଥିବା ଶୌଚାଳୟ ଓ ପରିସ୍ରାଗାର ଗୁଡିକ ଖୁବଶୀଘ୍ର ଖୋଲାଯିବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 27, 2019, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.