ବ୍ରହ୍ମପୁର: ସୋମବାର ଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 28ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁଲଢୁଥିବା ବିଭୂତି ଜେନା ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଶ୍ରୀ ଜେନା ଏକ ବିରାଟ ଶୋଭାଯାତ୍ରାରେ ବ୍ରହ୍ମପୁର ସହରର ଆଙ୍କୁଲି ଛକରୁ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ । ପୂର୍ବରୁ ମଧ୍ୟ ବିଭୁତି 3ଥର ନିର୍ବାଚନ ଲଢିଛନ୍ତି । ଏଥର ନିର୍ବାଚନରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଏହି ଅବସରରେ ସେ କହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ