ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଦାବୀ । ଏ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଥାନାରେ ଏତଲା ଦିଆଯାଇଛି ।
ବିଭିନ୍ନ ଦୁର୍ନୀତିରେ ସାମିଲ ରହିଥିବା ବିଧାୟକ ଟାଟା ମୋଟର୍ସରେ ନିଯୁକ୍ତି ଦେବା ନାମରେ ୬୮ ଜଣ ଜାଲ ନିଯୁକ୍ତି ପତ୍ର ଦେଇ ଠକେଇ ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଟଙ୍କା ଫେରାଇବା ଦାବି କରାଯାଇଛି । ଏହା ସହିତ ଘଟଣାର ପ୍ରକୃତ ତଦନ୍ତ କରି ଦୋଷୀ ବିଧାୟକଙ୍କୁ ଗିରଫ ପାଇଁ ଦାବୀ କରାଯାଇଛି । ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ଏ ନେଇ ଗୋପାଳପୁର ପୋଷ୍ଟ ଅଫିସ ସମୁଖରେ ଏ ନେଇ ପ୍ରଥମେ ପ୍ରତିବାଦ କରାଯିବା ପରେ ଥାନା ସମ୍ମୁଖରେ ଦଳୀୟ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ଏତଲା ଦିଆଯାଇଥିଲା । ଶେଷରେ ବ୍ରହ୍ମପୁର ଏସ୍.ପିଙ୍କୁ ସାକ୍ଷତ କରାଯାଇ ଦାବୀ ପତ୍ର ପ୍ରଦାନ କରିଥିଲେ କଂଗ୍ରେସ । ଦଳର ଗୋପାଳପୁରର ବିଧାୟକ ପ୍ରାର୍ଥୀ ଏସ୍.ଧର୍ମରାଜ ରେଡିଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
ସୂଚନା ଥାଉକି ଗତକାଲି ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଏହା ପରେ ସାରା ଗଞ୍ଜାମ ଜିଲ୍ଲାରେ ତାଙ୍କ ବିରୋଧୀମାନେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ