ETV Bharat / city

ଗୋପାଳ ହତ୍ୟା ମାମଲା, ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - ମର୍ଡର କେସ

ବହୁ ଚର୍ଚ୍ଚିତ ଗୋପାଳ ହତ୍ୟା ମାମଲା । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଖଣ୍ଡା ସହିତ ଏକ ପଲସର ମୋଟର ସାଇକେଲକୁ ଜବତ । ଅଧିକ ପଢନ୍ତୁ...

ଗୋପାଳ ହତ୍ୟା ମାମଲା ,ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

author img

By

Published : Aug 19, 2021, 7:31 AM IST

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଗୋପାଳ ହତ୍ୟା ମାମଲା । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ଖଣ୍ଡା ସହିତ ଏକ ପଲସର ମୋଟର ସାଇକେଲକୁ ଜବତ କରାଯାଇଛି । ସୂଚନା ଅନୁସାରେ, ଗତ 14 ତାରିଖ ରାତ୍ରରେ ସଦର ଥାନା ଅଞ୍ଚଳର ନିମଖଣ୍ଡି ଅଞ୍ଚଳର ଗୋପାଳ ସାହୁ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ରୁଜ ହୋଇଥିଲା । ଯେଉଁଥିରେ ପୋଲିସ ଘଟଣାର ତଦନ୍ତ କରି ନିମାଖଣ୍ଡିର ଯୁବରାଜ ନାୟକ ଓରଫ ବୁଦ୍ଧ, ମହେଶ୍ୱର ପାତ୍ର ଓରଫ ଜଗା ଏବଂ ଟୁନା ନାୟକଙ୍କୁ ଗିରଫ କରିଛି ।

ଘଟଣା ଦିନ ଗୋପାଳଙ୍କ ନିମଖଣ୍ଡିର ବ୍ରାହ୍ମଣ ସାହିର ଏକ ଜଳଖିଆ ଦୋକାନ ସମ୍ମୁଖରେ ଛିଡା ହୋଇଥିଲେ । ସେହି ସମୟରେ ଜଗନ୍ନାଥ ବାରିକ୍ ଓରଫ ଜଗା ଗୋପାଳ ନିକଟରେ ପହଞ୍ଚି ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିଥିଲେ । ଏଥିରେ ଉତୀକ୍ଷିପ୍ତ ହୋଇ ଗୋପାଳ ହଠାତ୍ ଜଗନ୍ନାଥ ବାରିକର ଦେହରେ ଗରମ ତେଲ ପକାଇ ଦେଇଥିଲେ । ଫଳରେ ଜଗନ୍ନାଥ ବାରିକଙ୍କ ଦେହରେ ପୋଡ଼ିଯାଇଥିଲା । ଏହାପରେ ତିନି ଜଣ ମିଶି ଗୋପାଳଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.