ETV Bharat / city

ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

author img

By

Published : Jul 6, 2021, 8:25 AM IST

ଅନ୍ଧାର ରାତିର ସୁଯୋଗ ନେଇ ଦୋକାନ ତାଲା ଭାଙ୍ଗି ମୋବାଇଲ ଫୋନ ଚୋରାଇ ଆସୁଥିଲେ ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗକୁ କବଜା କରିବାରେ ସଫଳ ହୋଇଛି ପାଟପୁର ଥାନା ପୋଲିସ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ
ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ବ୍ରହ୍ମପୁର: ମୋବାଇଲ ଲୁଟେରାଙ୍କୁ କାବୁ କଲା ପୋଲିସ । ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ସମେତ ବିଭିନ୍ନ ଅଞ୍ଚଳରେ ଉତ୍ପାତ କରୁଥିଲେ ଲୁଟେରା ଦଳ । ଅନ୍ଧାର ରାତିର ସୁଯୋଗ ନେଇ ଦୋକାନ ତାଲା ଭାଙ୍ଗି ମୋବାଇଲ ଫୋନ ଚୋରାଇ ଆସୁଥିଲେ । ଏହି ଗ୍ୟାଙ୍ଗକୁ କବଜା କରିବାରେ ସଫଳ ହୋଇଛି ପାଟପୁର ଥାନା ପୋଲିସ ।

ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ଦୀର୍ଘ ଦିନ ଧରି ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ଦୋକାନ ତାଲା ଭାଙ୍ଗି ଚୋରି କରିବାରେ ଲାଗିଥିଲେ । ଗତ ୩୦ ଜାନୁଆରୀ ବିଳମ୍ବିତ ରାତିରେ ପାଟପୁର ଥାନା ଡେଙ୍ଗାଓସ୍ତାରେ ରହିଥିବା ସନ୍ତୋଷୀ ମୋବାଇଲ ଦୋକାନ ତାଲା ଭାଙ୍ଗି ମୋବାଇଲ ଲୁଟି ନେଇଥିଲେ ଲୁଟେରା । ୪୦ ଗୋଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ ଚୋରାଇ ନେଇଥିବା ଦୋକାନ ମାଲିକ ସନ୍ତୋଷ କୁମାର ବିଷୋୟୀ ପାଟପୁର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ତାଙ୍କୁ ଧରିବା ପାଇଁ ମାମଲା ନଂ ୨୧/୨୧ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ରବିବାର ଦିନ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ବରେ ପୋଲିସ ଟିମ କଂସାମାରୀ ଗ୍ରାମର ତିନି ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମାନେ ହେଲେ ଟୁନା ଦୋରା , ସୁଶାନ୍ତ ଓରଫ ସନ୍ତୋଷ ଦୋରା ଓ ବନଜା ପ୍ରଧାନ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ସେମାନଙ୍କଠାରୁ ୨୯ଟି ମୋବାଇଲ, ୨ ଟି ବ୍ଳ୍ୟୁଟୁଥ୍ ଜବତ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ କରାଯିବ ଏବଂ ଘଟଣାରେ ଅନ୍ୟ ସଂପୃକ୍ତ ଲୁଟେରା ସଦସ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.