ETV Bharat / city

ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ରେସରେ ଗଞ୍ଜାମ, ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ - ଗଞ୍ଜାମ ଜିଲ୍ଲା ସ୍ତରୀୟ ଲୋକକଳା ପ୍ରତିଯୋଗିତା ଆୟୋଜିତ

ଗଞ୍ଜାମରେ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତା ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମ ଜିଲ୍ଲା ସ୍ତରୀୟ ଲୋକକଳା ପ୍ରତିଯୋଗିତା ଆୟୋଜିତ

author img

By

Published : Oct 1, 2021, 3:41 PM IST

ବ୍ରହ୍ମପୁର: ଗଞ୍ଜାମରେ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତା ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ।

ଗଞ୍ଜାମ ଜିଲ୍ଲା ସ୍ତରୀୟ ଲୋକକଳା ପ୍ରତିଯୋଗିତା ଆୟୋଜିତ

ତେବେ ଧୀରେ ଧୀରେ ଲୋକକଳା ସଂସ୍କୃତି ଲୋପ ପାଇଯାଉଥିବା ବେଳେ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ସଂସ୍କୃତିକୁ ବଜାୟ ରଖିବାରେ ଅନେକ ସହାୟକ ହେବ ବୋଲି କହିଛନ୍ତି ବିଧାୟକ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ସମେତ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ଦାସକାଠିଆ, ପାଲା, ଭାରତଲୀଳା ଠାରୁ ଆରମ୍ଭ କରି ବାଘନାଚକୁ ସ୍ଥାନ ଦିଆଯାଇଥିଲା । ଏହି ଅବସରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗିତା ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ଦଳକୁ ଟ୍ରଫି ପ୍ରଦାନ କରାଯିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନଙ୍କ ଲୋକକଳା ପ୍ରଦର୍ଶନ କରାଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.