ETV Bharat / city

ମାତୃଭାଷାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁମନ୍ତ୍ର - Ganjam district collector guru mantra

ମାତୃଭାଷା ଓଡିଆର ବିକାଶ ପାଇଁ ଗୁରୁ ମନ୍ତ୍ର ଦେଲେ ଗଞ୍ଜାମ ଜିଲ୍ଲାପାଳ । ମାଆ ପରି ମାତୃଭାଷା ଓଡିଆର ସ୍ଥାନ ସ୍ବତନ୍ତ୍ର । ତେଣୁ ପ୍ରତ୍ୟେକ ଅଭିଭାବକ ଓ ଶିକ୍ଷକ ପିଲାଙ୍କୁ ଇଂରାଜୀ ସହ ଓଡିଆ 2ଟି ଭାଷାର ଜ୍ଞାନ ଦିଅନ୍ତୁ ।

Ganjam district collector guru mantra
ମାତୃଭାଷା ଓଡିଆର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁମନ୍ତ୍ର
author img

By

Published : Mar 1, 2020, 8:22 PM IST

Updated : Mar 1, 2020, 11:02 PM IST

ବ୍ରହ୍ମପୁର: ମାତୃଭାଷା ଓଡିଆର ବିକାଶ ପାଇଁ ଗୁରୁ ମନ୍ତ୍ର ଦେଲେ ଗଞ୍ଜାମ ଜିଲ୍ଲାପାଳ । ପ୍ରତ୍ୟେକ ଅଭିଭାବକ ସେମାନଙ୍କ ପିଲାଙ୍କ ଓଡିଆ କନସେପ୍ଟ କ୍ଲିୟର କରନ୍ତୁ । ମାତୃଭାଷା ଠାରୁ କୌଣସି ଅଧିକ ମାଧ୍ୟମ ନଥିବା କଥା କୁହନ୍ତୁ ନିଜ ପିଲାଙ୍କୁ । ଏଥି ସହ ମାଆର ସ୍ଥାନ ପରି ମାତୃଭାଷାର ସ୍ଥାନ ସ୍ବତନ୍ତ୍ର ବୋଲି ସେ କହିଛନ୍ତି । ଏଣୁ ପ୍ରତ୍ୟେକ ପରିବାର ସେମାନଙ୍କ ପିଲାଙ୍କୁ ଧ୍ୟାନ ପୂର୍ବକ ଘରେ ଭଲ ଭାବରେ ଓଡିଆ ପଢାନ୍ତୁ, ଓଡିଆ ବହି ପଢିବାକୁ ଦିଅନ୍ତୁ ଏବଂ ଓଡିଆ କଲଚର ବିଷୟରେ ଅବଗତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ମାତୃଭାଷା ଓଡିଆର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁମନ୍ତ୍ର

ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ୟୁରୋକିଡ୍ସ ବିଦ୍ୟାଳୟର ଏକ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଉତ୍ସବରେ ଉପସ୍ଥିତ ଅଭିଭାବକଙ୍କ ସମେତ ଶିକ୍ଷକମାନଙ୍କୁ ସେ ଇଂରାଜୀ ସହ ଓଡିଆ ଭାଷା ଉପରେ ମଧ୍ୟ ଜ୍ଞାନ ରଖିବାକୁ କହିଥିଲେ । ସେ କହିଥିଲେ ଯେ, ଜଣେ ବିଦ୍ୟାର୍ଥୀ ପାଇଁ ଇଂରାଜୀକୁ ବହୁତ ଧ୍ୟାନ ଦେବାର ଅଛି । କାରଣ ଭଲ ପାଠ ପଢିବା ନିମନ୍ତେ ଇଂରାଜୀର ଆବଶ୍ୟକତା ରହିଛି, କିନ୍ତୁ ବିଭିନ୍ନ ସମୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ବିଷୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇ ମାତୃଭାଷା ଉପରେ କମ୍ ଗୁରୁତ୍ବ ଦିଆଯାଉଥିବାର ନଜର ଆସିଥାଏ । ତେଣୁ ପ୍ରତ୍ୟେକଙ୍କ ବ୍ୟକ୍ତିଗତ ବିକାଶ ପାଇଁ ଦୁଇଟି ଭାଷାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେ ଓଡିଶା ଭାଷାକୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏପରିକି ନୂତନ ଓଡିଆ ସାହିତ୍ୟ ରଚନା କରିବାର ଆବଶ୍ୟକତା ରହିଥିବା କହିଛନ୍ତି ।

Ganjam district collector guru mantra
ମାତୃଭାଷା ଓଡିଆର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁମନ୍ତ୍ର

ଉତ୍ସବରେ ଜିଲ୍ଲାପାଳଙ୍କ ସହ ମଞ୍ଚରେ ବ୍ରହ୍ମପୁରର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଶିକ୍ଷାନୁଷ୍ଠାନର ମୁଖ୍ୟ ଯୁବ ଆଇନଜୀବି ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 1, 2020, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.