ETV Bharat / city

କୋଭିଡ ପରିସ୍ଥିତିରେ ସାମ୍ବାଦିକଙ୍କୁ ସତର୍କତା ପାଇଁ ପରାମର୍ଶ ଦେଲା ଜିଲ୍ଲା ପ୍ରଶାସନ

author img

By

Published : Apr 23, 2021, 9:15 PM IST

କୋଭିଡର ଦ୍ୱିତୀୟ ଲହରର ଭୟାବହ ପରିସ୍ଥିତିରେ ସାମ୍ବାଦିକମାନେ ଅଧିକ ସତର୍କତା ନିମନ୍ତେ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଅଧିକ ପଢନ୍ତୁ...

କୋଭିଡ ପରିସ୍ଥିତିରେ ସାମ୍ବାଦିକଙ୍କୁ ସତର୍କତା ପାଇଁ ପରାମର୍ଶ ଦେଲା ଜିଲ୍ଲା ପ୍ରଶାସନ
କୋଭିଡ ପରିସ୍ଥିତିରେ ସାମ୍ବାଦିକଙ୍କୁ ସତର୍କତା ପାଇଁ ପରାମର୍ଶ ଦେଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: କୋଭିଡର ଦ୍ୱିତୀୟ ଲହରର ଭୟାବହ ପରିସ୍ଥିତିରେ ସାମ୍ବାଦିକମାନେ ଅଧିକ ସତର୍କତା ନିମନ୍ତେ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ବର୍ତ୍ତମାନ ସ୍ଥିତିରେ ଜିଲ୍ଲାର ପରିସ୍ଥିତି ବିପଦ ଆଡକୁ ଗତି କରୁଛି । ଅନେକ ସାମ୍ବାଦିକ ବନ୍ଧୁଗଣ ସମ୍ବାଦ ସଂଗ୍ରହ କରିବା ସମୟରେ ଅସାବଧାନତା ହେତୁ ସେମାନଙ୍କର ଅମୂଲ୍ୟ ଜୀବନ ହରାଇଛନ୍ତି । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ଆତ୍ମାର ସଦଗତି କାମନା କରୁଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଅନେକ ସାମ୍ବାଦିକ ନିଜର କାର୍ଯ୍ୟ ସମ୍ପାଦନ ବେଳେ ସତର୍କ ରହୁନଥିବା ନଜରକୁ ଆସୁଛି ।

ସାମ୍ବାଦିକ ବନ୍ଧୁଗଣଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଉଛି ଯେ, ସେମାନେ ନିଜର କାର୍ଯ୍ୟ ସମ୍ପାଦନ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ଼ ନିୟମାବଳୀକୁ କଡାକଡି ଭାବେ ପାଳନ କରନ୍ତୁ ଏବଂ କୋଭିଡ୍ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖନ୍ତୁ । ଗଣମାଧ୍ୟମ ସମାଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଥିବାରୁ ଏଭଳି ଅମୂଲ୍ୟ ଜୀବନ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ । ଏଣୁ ନିଜ ଜୀବନକୁ ସୁରକ୍ଷିତ ରଖିବା ଦିଗରେ ଯଥେଷ୍ଟ ପ୍ରାଧାନ୍ୟ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏକ ପତ୍ର ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଗତ ତିନି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଚାରି ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ କୋରୋନାରେ ଜୀବନ ଯାଇଥିବା ବେଳେ ଅନେକ ଆକ୍ରାନ୍ତ ମଧ୍ୟ ହେଲେଣି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.