ETV Bharat / city

ଅଗ୍ନିକାଣ୍ଡ ପରେ ଛାତିରେ ଛନକା: ଗଞ୍ଜାମ ଜିଲ୍ଲା କୋଭିଡ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା - ଅଗ୍ନିଶମ ବିଭାଗ

ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଫାୟାର ସେଫଟିକୁ ନେଇ ଉଠିଛି ପ୍ରଶ୍ନବାଚୀ । ଗୁଜୁରାଟର ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲ ଓ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଅଗ୍ନିକାଣ୍ଡ ଘଟି କୋରୋନା ରୋଗୀଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟ ଅଗ୍ନିଶମ ବିଭାଗ ହୋଇପଡିଛି ସଜାଗ । ଅଧିକ ଖବର ପଢନ୍ତୁ...

ଅଗ୍ନିକାଣ୍ଡ ପରେ ମନରେ ଛନକା:  ଗଞ୍ଜାମ ଜିଲ୍ଲା କୋଭିଡ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା

author img

By

Published : Aug 17, 2020, 10:10 PM IST

ବ୍ରହ୍ମପୁର: ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଫାୟାର ସେଫଟିକୁ ନେଇ ଉଠିଛି ପ୍ରଶ୍ନବାଚୀ । ଗୁଜୁରାଟର ଅହମ୍ମଦାବାଦର ଏକ କୋଭିଡ ହସ୍ପିଟାଲ ଓ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଅଗ୍ନିକାଣ୍ଡ ଘଟି କୋରୋନା ରୋଗୀଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟ ଅଗ୍ନିଶମ ବିଭାଗ ହୋଇପଡିଛି ସଜାଗ । ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲାର ସମସ୍ତ କୋଭିଡ କେୟାର ସେଣ୍ଟରକୁ ଯାଞ୍ଚ କରାଯିବା ସହ ଆଉ କଣ ବ୍ୟବସ୍ଥା ଆବଶ୍ୟକ ତାହା ପ୍ରଶାସନକୁ ଅବଗତ କରାଯାଇଛି । ଅନ୍ୟପଟେ ନିଆଁ ଲାଗିଲେ ତାହାକୁ କିପରି ଆୟତ୍ତ କରାଯିବ ସେ ନେଇ ତାଲିମ ଦିଆଯାଇଥିବା କହିଛି ଅଗ୍ନିଶମ ବିଭାଗ ।

ଅଗ୍ନିକାଣ୍ଡ ପରେ ମନରେ ଛନକା: ଗଞ୍ଜାମ ଜିଲ୍ଲା କୋଭିଡ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା

ଦେଶରେ କାୟା ମେଲାଇଛି କୋରୋନା ମହାମାରୀ । ସେଥିପାଇଁ କୋଭିଡ ହସ୍ପିଟାଲ ମାନଙ୍କରେ ରୋଗୀଙ୍କ ଚାଲିଛି ଚିକିତ୍ସା । ହେଲେ ଏହାରି ମଧ୍ୟରେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଫାୟାର ସେଫଟିକୁ ନେଇ ଉଠିଛି ପ୍ରଶ୍ନବାଚୀ । ଗୁଜୁରାଟ ଓ ବିଜୟୱାଡା ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ଅଗ୍ନିଶମ ବିଭାଗ ହୋଇପଡିଛି ତତ୍ପର । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ଯାଞ୍ଚ । ରାଜ୍ୟ ଅଗ୍ନିଶମ ବିଭାଗର ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବ୍ୟବସ୍ଥାର ତଥ୍ୟ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ସେପଟେ ବିପଦକାଳୀନ ଅବସ୍ଥାରେ ନିଜକୁ ନିଆଁ ମୁହଁରୁ କେମିତି ବଞ୍ଚାଇବେ ସେନେଇ ମକଡ୍ରିଲ କରାଯାଇ ସଚେତନ କରାଯାଇଛି।

ଅନ୍ୟପଟେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କୋରୋନାର ସ୍ଥିତି ଚିନ୍ତାଜନକ ରହିଛି । କୋରୋନା ମୁକାବିଲା ପାଇଁ ଚିକିତ୍ସା ନିମନ୍ତେ ଇତିମଧ୍ୟରେ ଟାଟା କୋଭିଡ ହସପିଟାଲ ସମେତ ଅଶ୍ବିନୀ କୋଭିଡ ହସପିଟାଲ ଏବଂ ବ୍ରହ୍ମପୁର ଏମ୍.କେ.ସି.ଜି କୋଭିଡ ହସପିଟାଲରେ ଫାୟାର ସେଫଟି ବ୍ୟବସ୍ଥା ରହିଛି । ସେହିଭଳି ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଦୁଇଟି କୋଭିଡ କେୟାର ସେଣ୍ଟର , ହିଞ୍ଜିଳି ଓ ଭଞ୍ଜନଗରରେ କୋଭିଡ କେୟାର ସେଣ୍ଟର , ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ପାଲୁର ହିଲରେ ରହିଥିବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର କୋଭିଡ କେୟାର ସେଣ୍ଟର ସହ ଜିଲ୍ଲାରେ ଥିବା ଅନ୍ୟ କୋଭିଡ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମିତ ଭାବରେ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ରାଜ୍ୟରେ କୋରୋନା ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗୁରୁତର ରହିଛି। ଏଭଳି ସ୍ଥିତିରେ ଆକ୍ରାନ୍ତ ମାନେ କୋଭିଡ ହସ୍ପିଟାଲ ଠାରୁ ଆରମ୍ଭ କରି କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଛନ୍ତି । ତେବେ ମହାମାରୀ ସମୟରେ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ ନେଇ ବେଶ ସଜାଗ ରହିଛି ଜିଲ୍ଲା ପ୍ରଶାସନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.