ବ୍ରହ୍ମପୁର: ସ୍ବାଧିନତାର 75 ବର୍ଷ ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରାର ଶୁଭାରମ୍ଭ ହୋଇଛି । କ୍ରାନ୍ତି ଦିବସ ଠାରୁ ସ୍ବାଧିନତା ଦିବସ ପର୍ଯ୍ୟନ୍ତ ଦେଶବ୍ୟାପୀ ଆୟୋଜିତ ସ୍ବାଧିନତା ଗୌରବ ଯାତ୍ରା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର ହୁମ୍ମା ଠାରୁ ଆରମ୍ଭ ହୋଇଥିଲା । ଆୟୋଜିତ ହୋଇଥିବା ୭୫ କିମି ପଦଯାତ୍ରାରେ ଛତ୍ରପୁର, ରଙ୍ଗେଇଲୁଣ୍ଡାର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହୋଇଥିଲେ ।
ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ପଦଯାତ୍ରା । ଏଥିରେ ପୂର୍ବତନ କନ୍ଧମାଳର ସାଂସଦ ନକୁଳ ନାୟକ, ରାଜ୍ୟ କୃଷକ ସେଲ୍ ରଶ୍ମି ରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଆର୍. ବାଳକ୍ରିଷ୍ଣା ,ଯୁବ କଂଗ୍ରେସ ସଭାପତି ସନାତନ ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ଦଳର ଜିଲ୍ଲା ସଭାପତିଙ୍କ ସମେତ ନେତୃବୃନ୍ଦଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ୱାଦଦାତା ।
ଇଟିଭି ଭାରତ, ବ୍ରହ୍ମପୁର