ETV Bharat / city

ଶାରଦୀୟ ପୂଜାକୁ ସାର୍ବଜନୀନ ଭାବେ ପାଳନ ନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

author img

By

Published : Oct 12, 2020, 9:10 PM IST

ଗଞ୍ଜାମ ଜିଲ୍ଲାପାଳ ଶାରଦୀୟ ଦୁର୍ଗା ପୂଜା, ଦୀପାବଳି ତଥା କାଳୀପୂଜା ରହିଥିବାରୁ ଏହି ସମୟରେ ସମସ୍ତେ ଅଧିକ ସଜାଗ ରହିବାକୁ ଆହ୍ବାନ କରି ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଶାରଦୀୟ ପୂଜାକୁ ସାର୍ବଜାନୀନ ଭାବେ ପାଳନ ନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଜିଲ୍ଲାବାସୀଙ୍କ ସହଯୋଗ ଓ ଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଗଞ୍ଜାମ ଜିଲ୍ଲାପାଳ ଶାରଦୀୟ ଦୁର୍ଗା ପୂଜା ପରେ ଦୀପାବଳି ତଥା କାଳୀପୂଜା ରହିଥିବାରୁ ଏହି ସମୟରେ ସମସ୍ତେ ଅଧିକ ସଜାଗ ରହିବାକୁ ଆହ୍ବାନ କରି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ମା ତାରାତାରିଣୀ ଯାତ୍ରା, ଦଣ୍ଡନୃତ୍ୟ ଓ ଗଣେଶ ପୂଜା ସମୟରେ ଅନେକ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଆସନ୍ତା ଦୁର୍ଗା ପୂଜାକୁ ସାର୍ବଜନୀନ ପୂଜା ନକରି ନିଜ ଘରେ ରହି ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ମୁଖ୍ୟତଃ ସରକାରଙ୍କ ଅନଲକ୍‌-୫ ରେ କେବଳ ଆମ ଜୀବିକା ମଜବୁତ କରିବାକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ଜନସାଧାରଣଙ୍କ ଯାତାୟତ ବଢ଼ିଯାଇଛି। ଏଥିଲାଗି ସଂକ୍ରମଣର ସମ୍ଭାବନା ଅଧିକ ରହିଛି । ଏପରିକି ଆଗକୁ ଶୀତ ମାସ ଆସୁଛି । ଏଣୁ ଥଣ୍ଡା ଯୋଗୁଁ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଥିବାରୁ ଏ ନେଇ ଅଧିକ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି ।

କୌଣସି ଆବଶ୍ୟକ ଓ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ନିବେଦନ କରିଛନ୍ତି । ଲୋକେ ଘରୁ ବାହାରିଲେ ମାସ୍କ ନିଶ୍ଚିତ ପିନ୍ଧିବା ସହିତ ନିଜ ପାଖରେ ସାନିଟାଇଜର ରଖିବା ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ବସ୍ ଓ ଅଟୋରେ ଯାତ୍ରା କଲେ ଆହୁରି ପ୍ରତିଷେଧକ ପଦକ୍ଷେପ ନେବାକୁ ପଡ଼ିବ। ଯେପରି ଏଭଳି ସମୟରେ ନିଜେ ଓ ନିଜ ପରିବାରକୁ ସଂକ୍ରମଣରୁ ବଞ୍ଚାଇ ପାରିବେ ନେଇ ପଦକ୍ଷେପ ନିଆଯିବାକୁ ଜିଲ୍ଲାପାଳ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.