ETV Bharat / city

ସୁରୁଖୁରୁରେ ହେବ ଖରିଫ ଧାନ ସଂଗ୍ରହ, ପ୍ରତି ବ୍ଲକରେ ନିଯୁକ୍ତ ହେଲେ ନୋଡାଲ ଅଧିକାରୀ

author img

By

Published : Dec 15, 2020, 7:37 PM IST

ଆସନ୍ତା 16 ରୁ ଗଞ୍ଜାମର ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ । ତେବେ ଏହି ପ୍ରକ୍ରିୟାରେ ଯେପରି କୌଣସି ସମସ୍ୟା ହେବ ନାହିଁ , ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତି ବ୍ଲକ୍ ରେ ତିନି ଜଣ ଲେଖାଏଁ ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ..

ସୁରୁଖୁରୁରେ ସରିବ ଧାନ ସଂଗ୍ରହ, ପ୍ରତି ବ୍ଲକରେ ନିଯୁକ୍ତ ହେଲେ ନୋଡାଲ ଅଧିକାରୀ

ବ୍ରହ୍ମପୁର: ଗଞ୍ଜାମର ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖ ଠାରୁ ଆରମ୍ଭ ହେବ । ଧାନ ସଂଗ୍ରହ ପ୍ରକ୍ରିୟାକୁ ଠିକ୍ ଭାବେ ପରିଚାଳନା ପାଇଁ ପ୍ରତି ବ୍ଲକ୍ ରେ ତିନି ଜଣ ଲେଖାଏଁ ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ଧାନ ସଂଗ୍ରହ ପ୍ରକ୍ରିୟାବେଳେ କୌଣସି ସମସ୍ୟା ଦେଖାଗଲେ ଏହି ନୋଡାଲ ଅଧିକାରୀ ମାନେ ଉପସ୍ଥିତ ରହି ସେସବୁର ସମାଧାନ କରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ରେ ଜଣାଇଛନ୍ତି ।

ଚଳିତ ବର୍ଷ ଏପ୍.ଏ.କ୍ୟୁ. ଧାନ କ୍ୟୁଣ୍ଟାଲ ପିଛା ୧୮୬୮ ଟଙ୍କାରେ ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମା ଖାତାରେ ଟଙ୍କା ଜମା ହେବ । ଚଳିତ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ୨୦୫୬୭ ଜଣ ଚାଷୀ ନୂତନ ଭାବେ ନାମ ପଞ୍ଜିକରଣ କରିଥିବାବେଳେ ୧୧୯୦୮୧ ଜଣ ଚାଷୀ ନବୀକରଣ କରିଛନ୍ତି । ସମୁଦାୟ ୧୩୯୬୪୮ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ପ୍ରତ୍ୟେକ ଚାଷୀଙ୍କ ଧାନ ନିର୍ଦ୍ଧାରିତ ୩୮୯ ପାକ୍ସ ଏବଂ ୬୪ ଗୋଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହିତ ଟ୍ୟାଗ୍ କରାଯାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବେଳେ ଗୋଟିଏ ମାତ୍ର ପାଣି ପଞ୍ଚାୟତ ଅଂଶ ଗ୍ରହଣ କରିବ । ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେବ ନାହିଁ, ସେ ଦିଗରେ ସମସ୍ତ ପ୍ରସ୍ତୁତି ପୂର୍ବରୁ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଜଣାଇଛନ୍ତି । ସଂଗ୍ରହ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ହେବ, ସେଥି ନିମନ୍ତେ ତତ୍ପରତାର ସହ କାର୍ଯ୍ୟ କରିବାକୁ କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସମସ୍ତ ତଥ୍ୟ ଉପସ୍ଥାପନ କରି, ସମସ୍ତଙ୍କ ସମସ୍ୟା ସମାଧାନ କରିବା ଦିଗରେ ପ୍ରବର୍ତ୍ତାଇଛନ୍ତି ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢୀ, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବ ରଞ୍ଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢୀ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.