ETV Bharat / city

କଣ୍ଟେନରରେ ଚାଲିଥିଲା ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

author img

By

Published : Jul 15, 2022, 9:11 AM IST

କଣ୍ଟେନରର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ କାବୁ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

କଣ୍ଟେନରରେ ଗଞ୍ଜେଇ ଚାଲାଣ
କଣ୍ଟେନରରେ ଗଞ୍ଜେଇ ଚାଲାଣ

ବ୍ରହ୍ମପୁର: ଫିଲ୍ମ ଷ୍ଟାଇଲରେ ଅନ୍ତଃ ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ । କାବୁ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । କଣ୍ଟେନରର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ କନିଷି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଗାଡ଼ିକୁ ଜବତ କରିଛି ।

କଣ୍ଟେନରରେ ଗଞ୍ଜେଇ ଚାଲାଣ

ସୂଚନାଅନୁସାରେ, କୌଣସି ଏକ ସୁତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ମାନେ ଏହି କଣ୍ଟେନରକୁ ଖଲ୍ଲିକୋଟ ନିକଟରୁ ପିଛା କରିବା ପରେ ଏହାକୁ କନିଷି ନିକଟରେ ଅଟକାଇ ତଲାସି କରିବା ସମୟରେ ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଦେଖିଥିଲେ । ଏହାପରେ ଗୁଇନ୍ଦା ବିଭାଗର ଇନିସପେକ୍ଟର ଗୀତାଞ୍ଜଳି ସାହୁ ଓ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍.ଆଇ ସୁଦର୍ଶନ ବିଷୋୟୀଙ୍କୁ ନେଇ ଗଠିତ ଟିମ୍ ୧୬୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଥିଲେ । ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଥିବା ବେଳେ ଜବତ କଣ୍ଟେନରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକା ହେବା ନେଇ ସୂଚନା ଦିଆଯାଇଛି ।

ଗିରଫ କଣ୍ଟେନର ଚାଳକ ଏହି ଗଞ୍ଜେଇ ମୋହନାରୁ ନେଇ କନ୍ଧମାଲ ଜିଲ୍ଲାକୁ ଚାଲାଣ କରାଯାଉଥିବା ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଏପରିକି ଏହି ଗଞ୍ଜେଇ ଇଚ୍ଛାପୁର ଦେଇ ଆନ୍ଧ୍ରପ୍ରଦେଶ ପହଞ୍ଚିବା ପରେ ସେଠାରୁ କେରଳ, ମୁମ୍ୱାଇ ଭଳି ଅଞ୍ଚଳକୁ ଚାଲାଣ ହୋଇଥାନ୍ତା ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ଡେପୁଟି କମିଶନର ଅଶୋକ କୁମାର ଶତପଥି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.