ETV Bharat / city

କାର ସିଲିଣ୍ଡରରୁ କ୍ବିଣ୍ଟାଲ ଗଞ୍ଜେଇ ଜବତ, 4 ଗିରଫ

author img

By

Published : Sep 17, 2022, 12:13 PM IST

ଅଭିନବ ଉପାୟରେ ଅନ୍ତଃରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ । ମାଡି଼ବସିଲା ଅବକାରୀ ଗୁଇନ୍ଦା ବିଭାଗ । ବ୍ରହ୍ମପୁର ସହର ଗୋପାୋଳପୁର ନିକଟରୁ ଏକ କ୍ବିଣ୍ଟାଲ ପରିମାଣର ଗଞ୍ଜେଇ ଜବତ । ଏହି ଘଟଣାରେ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ganja smuggling through car in berhampur
କାର ସିଲିଣ୍ଡରରୁ 1 କ୍ବିଣ୍ଟାଲ ଗଞ୍ଜେଇ ଜବତ, 4 ଗିରଫ

ବ୍ରହ୍ମପୁର: କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ଗଞ୍ଜେଇ ମାଫିଆ କରୁଛନ୍ତି ସୁରକ୍ଷିତ ଗଞ୍ଜେଇ ଚୋରାଚାଲାଣ । ଅନେକ ସମୟରେ ହଜାର ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ ମଧ୍ୟ ହେଉଛି । ପୋଲିସକୁ ଆଖିଠାର ମାରି ନୂଆ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଏମିତି ଏକ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବ୍ରହ୍ମପୁର ସହରର ଗୋପାଳପୁର ଛକ ନିକଟରେ କାର ସିଲିଣ୍ଡର ଭିତରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ 4 ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

କାର ସିଲିଣ୍ଡରରୁ 1 କ୍ବିଣ୍ଟାଲ ଗଞ୍ଜେଇ ଜବତ

ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ କାରର ସିଏନଜି ଗ୍ୟାସ ସିଲିଣ୍ଡର ମଧ୍ୟରୁ ଜବତ ହେଲା ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ । ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ଖୋଳତାଡ କରୁଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳ ଅନ୍ତରବାରୁର କିଛି ଯୁବକ ମାରୁତି ୱାଗନର କାର ଯୋଗେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ । ଏହାପରେ ବ୍ରହ୍ମପୁର ସହରର ଗୋପାଳପୁର ଛକ ନିକଟରେ ଜଗି ରହିଥିଲା । 4 ଜଣ କାର ଯୋଗେ ଅତିକ୍ରମ କରୁଥିବାବେଳେ ଚଢ଼ାଉ କରି ସେମାନଙ୍କୁ କାବୁ କରାଯାଇଥିଲା ।

ଗାଡ଼ିର ଯାଞ୍ଚ ସମୟରେ ଡିକିରେ ଥିବା ସିଏନଜି ଗ୍ୟାସ ସିଲିଣ୍ଡରରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ସେହିପରି କାରର ସମସ୍ତ ଡୋର ମାନଙ୍କ ମଧ୍ୟରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ରଖାଯାଇଥିଲା । ଗଞ୍ଜେଇ ଏବଂ ମାରୁତି ସୁଜୁକି ୱାଗନର ଗାଡ଼ି ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଓଜନ ଶହେ କିଲୋଗ୍ରାମରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ 10 ଲକ୍ଷରୁ ଊର୍ଦ୍ଧ୍ବ ହେବା ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଯୁବକଙ୍କୁ ହତ୍ୟା ଘଟଣା, ବାପା ପୁଅ ସମେତ ତିନି ଗିରଫ

ଏନେଇ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି କହିଛନ୍ତି, "ଜବତ ଗାଡ଼ିରେ ଦିଲ୍ଲୀର ନଂ ରହିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦିଲ୍ଲୀ ବଦରପୁର ଅଞ୍ଚଳର 35 ବର୍ଷୀୟ ମୋହସିନ ଅନସାରି ହୋଇଥିବା ଜଣାପଡ଼ିଛି । ସେହିପରି ଦୁଇ ଜଣ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର 24 ବର୍ଷୀୟ ସୋମନାଥ ରଇତ ଓ 22 ବର୍ଷିୟ ବିନ୍ଧନ ସିଂ। ଉତ୍ତରପ୍ରଦେଶ ମିରଟ ଅଞ୍ଚଳର 34 ବର୍ଷୀୟ ଜିତେନ୍ଦ୍ର କୁମାର ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ ।" ଦୀର୍ଘ ଦିନ ଧରି ଏମାନେ ଗଞ୍ଜେଇ ବେପାରରେ ଲିପ୍ତ ରହିଛନ୍ତି । ଏହି ଘଟଣାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ଜାରି ରଖିଥିବା ବେଳେ ଏହାର ଚେର କେଉଁ ଆଡକୁ ଲମ୍ବିଛି ତାହାର ତଦନ୍ତ ଜାରି ରହିଥିବା କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗର ଆଇଆଇସି ହୃଦୟ ଚନ୍ଦ୍ର ସାମନ୍ତ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.