ETV Bharat / city

କୋରୋନା ଯୋଦ୍ଧା ହୋମଗାର୍ଡଙ୍କ ମର ଶରୀରକୁ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର - Corona warrior homeguard

ମୃତ ଗୃହରକ୍ଷୀ ଜଣକ ସ୍ଥାନୀୟ ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ସ୍ଥିତ କୋଭିଡ ସେଣ୍ଟର ଡ୍ୟୁଟିରେ ରହିଥିଲେ । ଗତ ବୁଧବାର ଅତ୍ୟଧିକ ଜ୍ବରରେ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଅପରାହ୍ନ ସମୟରେ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସନ୍ଧ୍ୟା ପ୍ରାୟ ସାଢେ଼ ୭ଟାରେ ଚିକିତ୍ସାଧୀନ ଅବସ୍ଥାରେ ନରସିଂହଙ୍କ ମୃତ୍ୟୁ ଘଟିଥିଲା ।

funeral-of-a-corona-warrior-homeguards-body-with-dignity
କୋରୋନା ଯୋଦ୍ଧା ହୋମଗାର୍ଡଙ୍କ ମର ଶରୀରକୁ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର
author img

By

Published : Jul 24, 2020, 5:34 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ପୋଲିସ ଥାନାରେ କାର୍ଯ୍ୟରତ ଥିବା ଜଣେ ହୋମଗାର୍ଡ ତଥା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ୍ ନରସିଂହ ଦାସଙ୍କ ଗୁରୁବାର କୋରୋନାରେ ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ପକ୍ଷରୁ ମର୍ଯ୍ୟାଦା ସହକାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ ଦିଗପହଣ୍ଡି ସହରରେ ଗତ କିଛିଦିନ ମଧ୍ୟରେ କୋରୋନା ଆକ୍ରାନ୍ତରେ ବହୁ ବ୍ୟକ୍ତି ବିଶେଷ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଦିଗପହଣ୍ଡି ବାସିନ୍ଦାଙ୍କ ମନରେ ଏବେ କୋରୋନା ଭୟ ରହିଥିବା ଜଣାପଡିଛି । ଗତ ୧୦ ଦିନ ମଧ୍ୟରେ ଦିଗପହଣ୍ଡି ସହରରେ ବହୁ ଲୋକ କୋରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛନ୍ତି । ଗୁରୁବାର ଜଣେ କୋରୋନା ଯୋଦ୍ଧା ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି ।

ମୃତ ଗୃହରକ୍ଷୀ ଜଣକ ସ୍ଥାନୀୟ ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ସ୍ଥିତ କୋଭିଡ ସେଣ୍ଟର ଡ୍ୟୁଟିରେ ରହିଥିଲେ । ଗତ ବୁଧବାର ଅତ୍ୟଧିକ ଜ୍ବରରେ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଅପରାହ୍ନ ସମୟରେ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସନ୍ଧ୍ୟା ପ୍ରାୟ ସାଢେ଼ ୭ଟାରେ ଚିକିତ୍ସାଧୀନ ଅବସ୍ଥାରେ ନରସିଂହଙ୍କ ମୃତ୍ୟୁ ଘଟିଥିଲା । ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ଵାବ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଠାରେ ପୋଲିସ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତିରେ ସରକାରଙ୍କ କୋଭିଡ- ୧୯ ଏସଓପି ଗାଇଡ ଲାଇନ ଅନୁଯାୟୀ ମର୍ଯ୍ୟାଦା ସହକାରେ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.