ETV Bharat / city

ଟଙ୍କା ନେଇ ଫେରାର ସଂସ୍ଥା, ହତାସ ବେକାର ଯୁବକ - elope

ଚାକିରୀ କରିବା ସ୍ବପ୍ନ ସାଜିଲା କାଳ । ଯେତିକି ଟଙ୍କା ଥିଲା ଜମା କରିଥିଲେ ସଂସ୍ଥାରେ । ହେଲେ ସଂସ୍ଥା ମାଲିକ ଟଙ୍କା ନେଇ ଫେରାର । ଆଉ ବେକାରୀ ଯୁବକଙ୍କ ମୁଣ୍ଡରେ ପଡିଛି ଚଡକ । ଚାକିରୀ ତ ମିଳିଲାନି ସଂଞ୍ଚିତ ଟଙ୍କା ବି ଗଲା । ଏବେ ନ୍ୟାୟ ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଠକାମିର ଶିକାର ଯୁବକ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର
author img

By

Published : Jun 2, 2019, 3:19 PM IST

ବ୍ରହ୍ମପୁର: ଚାକିରୀ ଖଣ୍ଡିଏ ପାଇଁ ଜମା କରିଥିଲେ ହଜାର ହଜାର ଟଙ୍କା । ହେଲେ ସବୁ ଆତ୍ମସାତ କରି ଫେରାର ଠକ ସଂସ୍ଥା । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବେକାରୀ ଯୁବକ । ସିଙ୍ଗାପୁରରେ ଚାକିରୀ ଦେବି କହି ସଂସ୍ଥା ନେଇଥିଲା ହଜାର ହଜାର ଟଙ୍କା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ଉଭୟ ଗଞ୍ଜାମ ଏବଂ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଶହଶହ ଯୁବକ ହୋଇଛନ୍ତି ଠକାମିର ଶିକାର । ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରହ୍ମପୁର ଏସ୍.ପି ଙ୍କୁ ଗୁହାରି କରିଛନ୍ତି ପୀଡିତ ।

କେବଳ ଗଞ୍ଜମ ନୁହେଁ ଇଚ୍ଛାପୁରମ, ଆନ୍ଧ୍ର ଏବଂ ହାଇଦ୍ରାବାଦର ପ୍ରାୟ ୬୦୦ ରୁ ୭୦୦ ଯୁବକ ନେଉଥିଲେ ବ୍ରହ୍ମପୁର ଭାବିନିପୁରରେ ଖୋଲିଥିବା ଜବ୍ ଟ୍ରାକ୍ ସଂସ୍ଥାରେ । । ସଂସ୍ଥା ମାଲିକ କିଭଳି ଲୋଭନୀୟ ପ୍ରତିଶୃତି ଦେଇ ଟଙ୍କା ଲୁଟୁଥିଲା ତାର ଭିଡିଓ ଲାଗିଛି ପୋଲିସ ହାତରେ । ସବୁ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଖୁବ ଶୀଘ୍ର ଧରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.